Kiran Bedi: ଭାରତ ଭଳି ଦେଶ ଚଳାଇବା ସହଜ ନୁହେଁ, ସାର୍ବଜନୀନ ଆଲୋଚନାରେ ସଂଯମ ରଖିବାକୁ କିରଣ ବେଦୀଙ୍କ ଆହ୍ବାନ
ଭାରତ ଭଳି ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶକୁ ଚଳାଇବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ସବୁଠୁ କଠିନ କାର୍ଯ୍ୟ ହୋଇପାରେ। ଏଥିସହ ଗଣତନ୍ତ୍ରରେ ନିଜ ମତ ରଖିବା ଓ ଅସହମତି ପ୍ରକାଶ କରିବାର ଅଧିକାର ଥିଲେ ମଧ୍ୟ ଅନ୍ୟମାନଙ୍କ ପ୍ରତି ସମ୍ମାନ ରଖିବା ଜରୁରି।

ନୂଆଦିଲ୍ଲୀ: ଭାରତ ଭଳି ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶକୁ ଚଳାଇବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ସବୁଠୁ କଠିନ କାର୍ଯ୍ୟ ହୋଇପାରେ। ଏଥିସହ ଗଣତନ୍ତ୍ରରେ ନିଜ ମତ ରଖିବା ଓ ଅସହମତି ପ୍ରକାଶ କରିବାର ଅଧିକାର ଥିଲେ ମଧ୍ୟ ଅନ୍ୟମାନଙ୍କ ପ୍ରତି ସମ୍ମାନ ରଖିବା ଜରୁରି। ରବିବାର ପୂର୍ବତନ ଆଇପିଏସ୍ ଅଧିକାରୀ କିରଣ ବେଦୀ ଏହି ମତ ରଖିବା ସହ ସାର୍ବଜନୀନ ଆଲୋଚନାରେ ସଂଯମ ଓ ଶାଳୀନତା ବଜାୟ ରଖିବାକୁ ସମସ୍ତ ମୁଖପାତ୍ର ଏବଂ ଆଲୋଚନାରେ ଭାଗ ନେଉଥିବା ବ୍ୟକ୍ତିଙ୍କୁ ଆହ୍ବାନ ଦେଇଛନ୍ତି।
ବେଦୀ କହିଛନ୍ତି, ଗଣତନ୍ତ୍ରରେ ବିରୋଧ କରିବା, ନ୍ୟାୟସଙ୍ଗତ ଅଭିଯୋଗ ଉଠାଇବା ଏବଂ ନିଜ ଦାବି ଜଣାଇବାର ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ ନିଜ ମତ ସହ ଅନ୍ୟମାନେ ଏକମତ ନ ହେଲେ ମଧ୍ୟ ସେମାନଙ୍କ ପ୍ରତି ସମ୍ମାନ ଦେଖାଇବା ଆମର ଦାୟିତ୍ବ। ମତଭେଦ ଗଣତନ୍ତ୍ରର ଏକ ସ୍ବାଭାବିକ ଅଂଶ। ତେବେ ଏହାକୁ ନେଇ ଅସମ୍ମାନଜନକ ଓ ଅଶାଳୀନ ଭାଷା ବ୍ୟବହାର କରିବା ଅନୁଚିତ। ସେ କହିଛନ୍ତି, ସମ୍ମାନ ଏପରି ଏକ ମୂଲ୍ୟବୋଧ, ଯାହା ଆମେ ପିଲାଦିନରୁ ମାତାପିତା ଓ ଶିକ୍ଷକଙ୍କଠାରୁ ଶିଖିଥାଉ।
ସୌଜନ୍ୟ ସମ୍ବାଦ




