ଜାତୀୟ

Lashkar Terrorist Killed: ୟୁସମାର୍ଗରେ ଏନକାଉଣ୍ଟର, ଲସ୍କରର ପାକିସ୍ତାନୀ ଆତଙ୍କୀ ‘ମୁସା’ ନିପାତ

ନୂଆଦିଲ୍ଲୀ, ୩୦/୦୯: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା। ବୁଡଗାମ୍ ଜିଲ୍ଲାର ୟୁସମାର୍ଗ ଅନ୍ତର୍ଗତ ଗୁରୱାଟକାଲନ୍ ଅଞ୍ଚଳରେ ଗତ ରାତିରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସୂତ୍ର ଅନୁଯାୟୀ, ନିହତ ଆତଙ୍କୀର ନାଁ ‘ମୁସା’। ସେ ଲସ୍କର-ଏ-ତୈଇବା ସହ ଜଡ଼ିତ ଜଣେ ପାକିସ୍ତାନୀ ଆତଙ୍କବାଦୀ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ମୁସା ଲସ୍କର-ଏ-ତୈଇବାର ଆତଙ୍କବାଦୀ ୟାସିରର ଜଣେ ସହଯୋଗୀ ଥିଲା। ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ୧୩ ଦିନ ଧରି ଚାଲିଥିବା ଅପରେସନ୍ ପରେ ସେପ୍ଟେମ୍ବର ୪ ତାରିଖରେ ୟୁସମାର୍ଗ ନିକଟରେ ୟାସିର ନିହତ ହୋଇଥିଲା। ପୋଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକର ତଥ୍ୟ ଅନୁଯାୟୀ, ୟାସିରକୁ ଏକ ‘ହାଇ-ଭାଲ୍ୟୁ ଟାର୍ଗେଟ୍’ ଭାବେ ଚିହ୍ନଟ କରାଯାଇଥିଲା। ଅଞ୍ଚଳରେ ଘଟିଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣ ସହ ତା’ର ସମ୍ପୃକ୍ତି ଥିବା ଅଭିଯୋଗ ରହିଥିଲା। ଏଥିରେ ପୁଞ୍ଚରେ ଭାରତୀୟ ବାୟୁସେନାର କନଭୟ ଉପରେ ଆକ୍ରମଣ ସହ ସୋନାମାର୍ଗ, ବୋଟା ପାଥ୍ରୀ ଓ ଭଟ୍ଟା ଡୁରିଆନ୍‌ରେ ହୋଇଥିବା ଆକ୍ରମଣ ମଧ୍ୟ ସାମିଲ ରହିଛି।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button