ନୂଆଦିଲ୍ଲୀ: ଆମେରିକାର କର୍ପୋରେଟ୍ କ୍ଷେତ୍ର ପାଇଁ ୨୦୨୬ ଚିନ୍ତାଜନକ ରହିଛି। ବର୍ଷର ମାତ୍ର କିଛି ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୯୨,୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇ ସାରିଛି। ଏଭଳି ପରିସ୍ଥିତିକୁ ଦେଖି ଅର୍ଥନୀତିଜ୍ଞ ଏବଂ ଶିଳ୍ପ ବିଶେଷଜ୍ଞମାନେ ଭୟ କଲେଣି। ଏସବୁ ଦ୍ୱାରାକର୍ପୋରେଟ୍ ଜଗତର କାର୍ଯ୍ୟଶୈଳୀରେ ଏକସ୍ଥାୟୀ ରୂପାନ୍ତରଣ ହେବଯାହା ଭବିଷ୍ୟତର ଚାକିରି ବଜାରକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ ବୋଲି ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି।

Layoffs.fyiର ରିପୋର୍ଟଅନୁଯାୟୀ,୨୦୨୬ମସିହାରେ୯୨,୦୦୦ରୁ ଅଧିକ ଟେକ୍ କର୍ମଚାରୀଙ୍କୁ ଛଟେଇ କରାଯାଇଛି।୨୦୨୦ପରଠାରୁ ମୋଟ ଛଟେଇ ହୋଇଥିବା କର୍ମଚାରୀଙ୍କ ସଂଖ୍ୟା ପ୍ରାୟ,୦୦,୦୦୦ରେ ପହଞ୍ଚିଛି। CNBC ରିପୋର୍ଟ ଅନୁଯାୟୀ,ମେଟା ଏବଂ ମାଇକ୍ରୋସଫ୍ଟ ଦ୍ୱାରା କରାଯାଇଥିବା ସାମ୍ପ୍ରତିକ ଛଟେଇ ଘୋଷଣାରେ ମୋଟ ୨୦ ହଜାରରୁ ଅଧିକ ଚାକିରି ଯାଇପାରେ।

ବ୍ୟାପକ ଛଟେଇର ଚିତ୍ର

ରିପୋର୍ଟ ଅନୁଯାୟୀ,ଏହି ଛଟେଇ କେବଳ ଗୋଟିଏ କ୍ଷେତ୍ରରେ ସୀମିତ ନାହିଁ। ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀ (Big Tech)ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ,ଖୁଚୁରା ବ୍ୟବସାୟ ଏବଂ ମାନୁଫ୍ୟାକଚରିଂ ୟୁନିଟ୍ ପର୍ଯ୍ୟନ୍ତ ସବୁଠି ହଜାର ହଜାର କର୍ମଚାରୀଙ୍କୁ ପଦରୁ ହଟାଇ ଦିଆଯାଇଛି। ବିଶେଷଜ୍ଞଙ୍କ ମତରେ,କମ୍ପାନୀଗୁଡିକ ଏବେ କେବଳ ଖର୍ଚ୍ଚ କାଟ ପାଇଁ ନୁହେଁ,ବରଂ ନିଜର ଆଭ୍ୟନ୍ତରୀଣ ଢାଞ୍ଚାକୁ ପୁନଃନିର୍ମାଣ କରିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି।

ମହାମାରୀ ସମୟରେAI-ଚାଳିତ ଦକ୍ଷତା ଏବଂ ହୋଇଥିବା ଅଧିକ ନିଯୁକ୍ତିର ବାହାନା ଦର୍ଶାଇAmazon, Google, Oracle, Salesforce, NikeଏବଂSnapଭଳି କମ୍ପାନୀଗୁଡ଼ିକ ଗତ କିଛି ମାସ ମଧ୍ୟରେ କର୍ମଚାରୀ ଛଟେଇ ଘୋଷଣା କରିଛନ୍ତି।

ମେଟା ମଧ୍ୟ ୮ ହଜାର ଛଟେଇ ଏବଂ ପ୍ରାୟ ୬ ହଜାର ନୂଆ ନିଯୁକ୍ତିକୁ ସ୍ଥଗିତ କରିବାକୁ ଯୋଜନା କରୁଛି। ଅନ୍ୟପକ୍ଷରେ,ମାଇକ୍ରୋସଫ୍ଟ ପ୍ରାୟ ୭% ଆମେରିକୀୟ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ପାଇଁ ସୁବିଧା ପ୍ରଦାନ କରୁଛି।Nikeମଧ୍ୟ ୧,୪୦୦ ପଦବୀ ହ୍ରାସ କରିଛି,ମୁଖ୍ୟତଃ ଟେକ୍ନୋଲୋଜୀ କ୍ଷେତ୍ରରେ ଏହି ଛଟେଇ କରାଯାଇଛି।

CNBCରିପୋର୍ଟ ଅନୁଯାୟୀ,କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ କହିବା କଥା ହେଲା AI କାର୍ଯ୍ୟପ୍ରବାହ(work flow)କୁ ପରିବର୍ତ୍ତନ କରୁଛି। ଆନ୍ଥ୍ରୋପିକର କ୍ଲାଉଡ୍ ଟୁଲ୍ସ ଏବଂOpenAIର ChatGPT ପ୍ରଦର୍ଶନ ଏହା ଦର୍ଶାଉଛି ଯେ ଏମାନେ ସମସ୍ତ କାର୍ଯ୍ୟକୁ ସ୍ୱୟଂଚାଳିତ କରିପାରିବେ।

ଏଆଇ (AI) ଏବଂ ଅଟୋମେସନର ବଡ଼ ଭୂମିକା

ଏହି ପରିବର୍ତ୍ତନ ପଛରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇର ପ୍ରଭାବ ସବୁଠୁ ଅଧିକ ବୋଲି କୁହାଯାଉଛି। ଅନେକ କମ୍ପାନୀ ଏବେ ମାନବୀୟ କାର୍ଯ୍ୟକୁ ସ୍ୱୟଂଚାଳିତ (Automation)କରିବା ପାଇଁ ଟେକ୍ନୋଲୋଜୀରେ ଅଧିକ ପୁଞ୍ଜି ନିବେଶ କରୁଛନ୍ତି। ବିଶେଷଜ୍ଞଙ୍କ ମତରେ,ଏହା କେବଳ ଏକ ମାନ୍ଦାବସ୍ଥା ନୁହେଁ,ବରଂ କାମ କରିବାର ପଦ୍ଧତିରେ ଏକ ବୈପ୍ଳବିକ ପରିବର୍ତ୍ତନ,ଯେଉଁଠି ଦକ୍ଷତା ଏବଂ ବୈଷୟିକ ଜ୍ଞାନକୁ ମାନବ ଶ୍ରମ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଉଛି।

ଅର୍ଥନୀତିଜ୍ଞଙ୍କ ଚିନ୍ତା ଓ ଭବିଷ୍ୟତ ବାଣୀ

ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ,କର୍ପୋରେଟ୍ ଆମେରିକାରେ ଦେଖାଯାଇଥିବା ଏହି ଧାରା ଏକ ସ୍ଥାୟୀ ରୂପ ନେଇପାରେ। ଅର୍ଥାତ୍,ଭବିଷ୍ୟତରେ କମ୍ପାନୀଗୁଡିକ ଆଉ ଅଧିକ ସଂଖ୍ୟାରେ କର୍ମଚାରୀ ନିଯୁକ୍ତି କରିବା ପରିବର୍ତ୍ତେଲିନ୍ ମଡେଲ‘ (Lean Model)ବା କମ୍ କର୍ମଚାରୀରେ ଅଧିକ କାମ କରିବା ପାଇଁ ଚେଷ୍ଟା କରିବେ।

ଏହି ପରିସଂଖ୍ୟାନ ଏବଂ ସ୍ଥିତି ଏହା ଦର୍ଶାଉଛି ଯେ,ଶିଳ୍ପ ଜଗତରେ ଏକ ନୂଆ ଯୁଗର ଆରମ୍ଭ ହେଉଛି। କର୍ମଚାରୀମାନଙ୍କୁ କେବଳ ପାରମ୍ପରିକ ଦକ୍ଷତା ଉପରେ ନିର୍ଭର ନକରି ଆଧୁନିକ ଟେକ୍ନୋଲୋଜି ସହ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ନଚେତ୍,ଏହି ସ୍ଥାୟୀ ପରିବର୍ତ୍ତନ ଆଗାମୀ ଦିନରେ ନିଯୁକ୍ତି କ୍ଷେତ୍ରରେ ଆହୁରି ଗୁରୁତର ସମସ୍ୟା ସୃଷ୍ଟି କରିପାରେ।

ବଢ଼ୁଛି ଚାକିରି ଚିନ୍ତା

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଗ୍ଲାସଡୋର ଏମ୍ପ୍ଲୋଇ କନଫିଡେନ୍ସ ଇଣ୍ଡେକ୍ସ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ମାର୍ଚ୍ଚ ମାସରେ ଟେକ୍ନୋଲୋଜି କ୍ଷେତ୍ରର ଆତ୍ମବିଶ୍ୱାସ ବର୍ଷ ବର୍ଷ ଧରି ୬.୮ ପ୍ରତିଶତ ହ୍ରାସ ପାଇ ୪୭.%ହୋଇଛି। ଅସ୍ଥିରତାର ଭୟରେ କମ୍ ସଂଖ୍ୟକ କର୍ମଚାରୀ ସ୍ୱେଚ୍ଛାକୃତ ଭାବରେ ଚାକିରି ଛାଡି ଦେଉଛନ୍ତି,ଯାହା ଫଳରେ କମ୍ପାନୀଗୁଡ଼ିକ ଛଟେଇ ଏବଂ କାର୍ଯ୍ୟଦକ୍ଷତା ସମୀକ୍ଷା ଦିଗରେ ଅଧିକ ଆକ୍ରମଣାତ୍ମକ ମନୋଭାବ ପୋଷଣ କରିଛନ୍ତି।