Leopard skins seized: ଦୁଇ କଲରାପତରିଆ ବାଘଛାଲ ଜବତ: ୬ ଗିରଫ, ତିନି ବାଇକ୍ ଜବତ, କନ୍ଧମାଳରେ ଶିକାର କରି ଗଜପତିରେ ବିକ୍ରି
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ପୃଥକ୍ ସ୍ଥାନରେ ଚଢ଼ଉ କରାଯାଇ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏହି ବେଆଇନ କାରବାରରେ ଲିପ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ପୃଥକ୍ ସ୍ଥାନରେ ଚଢ଼ଉ କରାଯାଇ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏହି ବେଆଇନ କାରବାରରେ ଲିପ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନଙ୍କଠାରୁ ୩ଟି ବାଇକ୍ ଓ ୬ଟି ମୋବାଇଲ୍ ଫୋନ୍ ଜବତ ହୋଇଥିବା ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍.ନାଗରାଜୁ ଦେବଗିରି ରେଞ୍ଜ୍ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଗତକାଲି ଦେବଗିରି ବନାଞ୍ଚଳର ସ୍ୱତନ୍ତ୍ର ଟିମ୍ ଏସିଏଫ୍ ସାଇନଶ୍ରୀ ଦାଶଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ନୂଆ ବସ୍ଷ୍ଟାଣ୍ଡ ନିକଟରେ ଚଢ଼ଉ କରି କାଶୀନଗର ଥାନା ଅଧୀନ ହାଡୁଭାଙ୍ଗି ଗ୍ରାମର ଗୋରିଲା ରବି (୪୦) ଓ ପରିଡ଼ା ଗ୍ରାମର ପ୍ରଫୁଲ୍ଲ ଘଣ୍ଟ (୪୨)କୁ କାବୁ କରିଥିଲେ। ସେମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ, ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ଜବତ ହୋଇଥିଲା। ସେମାନଙ୍କ ବୟାନ ଆଧାରରେ ଆଜି ମୋହନା ବନାଞ୍ଚଳ ଅଧୀନ ପାଣିଗଣ୍ଡା ସେକ୍ସନର ତୁଳସୀନଗର ଗ୍ରାମ ନିକଟରେ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧୀନ ତିଆରିଗାମ ଗ୍ରାମର ଜଗା ମଲ୍ଲିକ (୩୬), ଦାସିଙ୍ଗବାଡ଼ି ଗ୍ରାମର ବିଜୟ ନନ୍ଦ ନାୟକ (୨୩) ଓ ଦୀପକ କୁମାର ନାୟକ (୨୫) ଏବଂ ଗଜପତି ଜିଲ୍ଲା ଅଡ଼ବା ଥାନା ଅଧୀନ ପାଣିଗଣ୍ଡା ଗ୍ରାମର ତ୍ରିଲୋଚନ ପାତ୍ର (୩୫) ଧରା ପଡ଼ିଥିଲେ। ସେମାନଙ୍କ ଠାରୁ ଆଉ ଗୋଟିଏ ଛାଲ, ଦୁଇଟି ବାଇକ୍ ଓ ଚାରିଟି ମୋବାଇଲ୍ ଫୋନ୍ ଜବତ ହୋଇଥିଲା।
ସୌଜନ୍ୟ ସମ୍ବାଦ




