leprosy free odisha: କୁଷ୍ଠମୁକ୍ତ ଓଡ଼ିଶା ଏବେ କୁଷ୍ଠପ୍ରବଣ: ୭ବର୍ଷରେ ୫୫ହଜାରରୁ ଅଧିକ କୁଷ୍ଠ ରୋଗୀ ଚିହ୍ନଟ

୨୦୦୬-୦୭ ମସିହାରେ ରାଜ୍ୟ ସରକାର ଓଡ଼ିଶାକୁ କୁଷ୍ଠମୁକ୍ତ ଘୋଷଣା କରିଥିଲେ। କାଗଜପତ୍ରରେ ଯଦିଓ କୁଷ୍ଠ ନିରାକରଣ ହୋଇଥିଲା, ହେଲେ ଘୋଷଣାବର୍ଷ ହିଁ ୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ପରେ ଏହା ସରକାରଙ୍କ ମୁଖା ଖୋଲି ଦେଇଥିଲା।

କ୍ଷିତୀଶ ରାୟ
ଭୁବନେଶ୍ବର: ୨୦୦୬-୦୭ ମସିହାରେ ରାଜ୍ୟ ସରକାର ଓଡ଼ିଶାକୁ କୁଷ୍ଠମୁକ୍ତ ଘୋଷଣା କରିଥିଲେ। କାଗଜପତ୍ରରେ ଯଦିଓ କୁଷ୍ଠ ନିରାକରଣ ହୋଇଥିଲା, ହେଲେ ଘୋଷଣାବର୍ଷ ହିଁ ୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ପରେ ଏହା ସରକାରଙ୍କ ମୁଖା ଖୋଲି ଦେଇଥିଲା। ଏହା ଭିତରେ ୨୦ବର୍ଷ ବିତିବାକୁ ବସିଲାଣି, ପ୍ରତିବର୍ଷ ହଜାର ହଜାର ନୂଆ କୁଷ୍ଠରୋଗୀ ଚିହ୍ନଟ ହେଉଛନ୍ତି। ବିଗତ ୭ବର୍ଷ ଭିତରେ ୫୫ହଜାରରୁ ଅଧିକ ମାମଲା ନଜରକୁ ଆସିଲାଣି। ଚିନ୍ତାଜନକ ବିଷୟ ହେଉଛି ଯେ ଚିହ୍ନଟଙ୍କ ଭିତରୁ ଅଧିକାଂଶ ଏମ୍‌ବି(ମଲ୍‌ଟିବାସିଲାରି ଲେପ୍ରସି)ରେ ଆକ୍ରାନ୍ତ। ଏମାନଙ୍କଠାରେ ସଂକ୍ରମଣହାର ଅଧିକ। ଏଭଳି ଢଙ୍ଗରେ ଏମ୍‌ବି ଆକ୍ରାନ୍ତ ଚିହ୍ନଟ ହେଲେ, ଆଗକୁ ରାଜ୍ୟରେ ପ୍ରତିବର୍ଷ କୁଷ୍ଠ ରୋଗୀଙ୍କ ସଂଖ୍ୟା ୧୫-୨୦ହଜାର ଛୁଇଁପାରେ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି।

Exit mobile version