ରାଇଙ୍ଗପୁର/ତିରିଂ: ଘରେ ପଶି ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରି ୫ ଜଣ ଡକାୟତ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟିନେଇଛନ୍ତି। ମୟୂରଭଞ୍ଜଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡସିଆଜଙ୍ଗ (ଗୁମୁଦିଘୁଟୁ) ଗାଁରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ବଡ଼ିସିଆଜଙ୍ଗ ଗାଁର ଅଶ୍ବନୀ ମହାନ୍ତଙ୍କ ଘରେ ଡକାୟତି ହୋଇଛି। ନଗଦ ୬୧ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା, ଏଟିଏମ୍ କାର୍ଡ ଓ କଂସା ବାସନ ସବୁ ଲୁଟି ନେଇଛନ୍ତି ୫ ଜଣ ଡକାୟତ।

