ଦେଶ ବିଦେଶ
FBI: ଭାରତୀୟ ବଂଶୋଦ୍ଭୂତ ଗ୍ୟାଙ୍ଗଷ୍ଟର ମେଜର ସିଂହ ଏଫ୍ବିଆଇର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ
ଭାରତୀୟ ବଂଶୋଦ୍ଭୂତ ୨୯ ବର୍ଷୀୟ ମେଜର ସିଂହଙ୍କୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ଏଫ୍ବିଆଇ) ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ସାମିଲ କରିଛି। ସେ ଜଗ୍ଗୁ ଭଗବାନପୁରିଆ ଗ୍ୟାଙ୍ଗର ଜଣେ ପ୍ରମୁଖ ସଦସ୍ୟ ବୋଲି ଏଫ୍ବିଆଇ କହିଛି।

ଚଣ୍ଡୀଗଡ଼: ଭାରତୀୟ ବଂଶୋଦ୍ଭୂତ ୨୯ ବର୍ଷୀୟ ମେଜର ସିଂହଙ୍କୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ଏଫ୍ବିଆଇ) ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ସାମିଲ କରିଛି। ସେ ଜଗ୍ଗୁ ଭଗବାନପୁରିଆ ଗ୍ୟାଙ୍ଗର ଜଣେ ପ୍ରମୁଖ ସଦସ୍ୟ ବୋଲି ଏଫ୍ବିଆଇ କହିଛି। ଆମେରିକାରେ ଏକ ଆନ୍ତର୍ଜାତିକ ଅପରାଧୀ ସଂଗଠନ ସହ ଜଡ଼ିତ ଥିବା ଅଭିଯୋଗରେ ତାକୁ ଖୋଜାଯାଉଛି। ଏଫ୍ବିଆଇର ବିବୃତି ଅନୁସାରେ, ମଙ୍ଗଳବାର ଏହି ତାଲିକା ସମ୍ପର୍କରେ ସୂଚନା ସାମ୍ନାକୁ ଆସିଥିଲା।
ଏହା ପୂର୍ବରୁ ନୀତିଶ କୌଶଲ ଓ ହରମନବୀର ସିଂହଙ୍କୁ ମଧ୍ୟ ଆନ୍ତର୍ଜାତିକ ଅପରାଧୀ ସଂଗଠନ ସହ ଜଡ଼ିତ ଅଭିଯୋଗରେ ଏଫ୍ବିଆଇର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରଖାଯାଇଥିଲା। ଜୁଲାଇରେ ଏକ ମିଳିତ ଅଭିଯାନରେ ଆମେରିକା, କାନାଡା ଓ ୟୁରୋପର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ୨୪ ଜଣଙ୍କୁ ଗିରଫ କରିଥିଲେ। ‘ଅପରେସନ୍ ହାର୍ଡବଲ୍’ ମାମଲାରେ ଆମେରିକାର ନ୍ୟାୟ ବିଭାଗ ମୋଟ ୩୭ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଛି, ଯେଉଁଥିରେ ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଜଗ୍ଗୁ ଭଗବାନପୁରିଆ ମଧ୍ୟ ଅଛନ୍ତି।
ସୌଜନ୍ୟ ସମ୍ବାଦ




