ଦେଶ ବିଦେଶ

India: ଭାରତ ଏସିଆର ସବୁଠୁ କମ୍‌ ପସନ୍ଦର ସେୟାର ବଜାର

ଏସିଆର ସେୟାର ବଜାରଗୁଡ଼ିକ ମଧ୍ୟରେ ନିବେଶକଙ୍କ ସବୁଠୁ କମ୍ ପସନ୍ଦର ବଜାର ହୋଇଛି ଭାରତ। ବ୍ୟାଙ୍କ ଅଫ୍ ଆମେରିକାର ସଦ୍ୟତମ ସର୍ଭେରେ ଭାରତ ଇଣ୍ଡୋନେସିଆ ତଳକୁ ଖସିଆସି ପସନ୍ଦର ସେୟାର ବଜାର ତାଲିକାର ସବାତଳେ ପହଞ୍ଚିଛି।

ମୁମ୍ବାଇ: ଏସିଆର ସେୟାର ବଜାରଗୁଡ଼ିକ ମଧ୍ୟରେନିବେଶକଙ୍କ ସବୁଠୁ କମ୍ ପସନ୍ଦର ବଜାର ହୋଇଛି ଭାରତ। ବ୍ୟାଙ୍କ ଅଫ୍ ଆମେରିକାର ସଦ୍ୟତମ ସର୍ଭେରେ ଭାରତ ଇଣ୍ଡୋନେସିଆ ତଳକୁ ଖସିଆସି ପସନ୍ଦର ସେୟାର ବଜାର ତାଲିକାର ସବାତଳେ ପହଞ୍ଚିଛି। ଏସିଆରେ ତାଇୱାନ ନିବେଶକଙ୍କ ସବୁଠୁ ପସନ୍ଦର ସେୟାର ବଜାର ଭାବେ ଉଭା ହୋଇଛି। ଏହା ପଛକୁ କ୍ରମାନ୍ବୟ‌ରେ ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଚୀନ, ଫିଲିପାଇନ୍ସ ଓ ଇଣ୍ଡୋନେସିଆ ରହିଛନ୍ତି।

ସର୍ଭେରେ ଅଂଶଗ୍ରହଣ କରିଥିବା ଫଣ୍ଡ ମ୍ୟାନେଜରମାନଙ୍କ ମଧ୍ୟରେ ଭାରତୀୟ ସେୟାର ବଜାରକୁ ନେଇ ନିବେଶ ମନୋଭାବ ଦୁର୍ବଳ ହୋଇଥିବା ସଙ୍କେତ ମିଳିଛି। ଉଚ୍ଚ ମୂଲ୍ୟାୟନ ଓ ବଜାରରୁ ମିଳୁଥିବା ରିଟର୍ଣ୍ଣକୁ ନେଇ ଚିନ୍ତା ନିବେଶକଙ୍କ ସତର୍କତା ବଢ଼ାଇଥିବା ରିପୋର୍ଟରେ କୁହାଯାଇଛି। ଏହି ସର୍ଭେ ଏସିଆର ବିଭିନ୍ନ ସେୟାର ବଜାର ପ୍ରତି ବୃହତ୍ ସଂସ୍ଥାଗତ ନିବେଶକଙ୍କ ମନୋଭାବକୁ ପ୍ରତିଫଳିତ କରୁଛି। ଏହା ଭାରତୀୟ ବଜାରର ଦୀର୍ଘମିଆଦୀ ସମ୍ଭାବନା ଉପରେ ନୁହେଁ, ବରଂ ବର୍ତ୍ତମାନର ନିବେଶ ପସନ୍ଦ ଓ ମୂଲ୍ୟାୟନକୁ ନେଇ ନିବେଶକଙ୍କ ମତାମତକୁ ଦର୍ଶାଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button