Mahanadi water dispute: ମହାନଦୀ ଜଳ ବିବାଦ: ପୁରୀରେ ଓଡ଼ିଶା-ଛତିଶଗଡ଼ ବୈଠକ

ଭୁବନେଶ୍ବର: ମହାନଦୀ ବିବାଦର ଆପୋସ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆଜି ପୁଣି ଏକ ବୈଠକ ହୋଇଛି। ପୁରୀରେ ଉଭୟ ରାଜ୍ୟର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏଥିରେ ସାମିଲ ହୋଇଥିଲେ। ବୈଠକର ନିର୍ଯାସ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ସୂଚନା ମିଳି ନଥିଲେ ମଧ୍ୟ ଆଲୋଚନା ସକାରାତ୍ମକ ରହିଛି ବୋଲି ଆଡ୍‌ଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।
ଏହି ବୈଠକରେ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ଛତିଶଗଡ଼ର ଏଜି ବିବେକ ଶର୍ମା, ଓଡ଼ିଶାର ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଉଭୟ ରାଜ୍ୟର ଜଳସମ୍ପଦର ବିଭାଗର ବରିଷ୍ଠ ଅଧିକାରୀ ଓ ବୈଷୟିକ ଦଳ ସାମିଲ ହୋଇଥିଲେ। ବୈଠକ ପରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଏଥିରେ ଅନେକ ମୂଳ ପ୍ରସଙ୍ଗ ଉପରେ ସନ୍ତୋଷଜନକ ଆଲୋଚନା ହୋଇଛି।

ସୌଜନ୍ୟ ସମ୍ବାଦ