ବିଶେଷ

Mantra for Life: ଜୀବନ-ମନ୍ତ୍ର: ଶାରଦୀୟ ଷୋଳପୂଜା

ଶାରଦୀୟ ଷୋଳପୂଜା କହିଲେ, ଦେବୀ ଦୁର୍ଗାଙ୍କର ଷୋହଳ ଦିନବ୍ୟାପୀ ଶରତ୍‌କାଳୀନ ପୂଜାକୁ ବୁଝାଏ। ଏହାର ଆରମ୍ଭ ବା ମୂଳଦିନ ଆଶ୍ବିନ କୃଷ୍ଣଅଷ୍ଟମୀ ବା ମୂଳାଷ୍ଟମୀ ଏବଂ ଶେଷଦିନ ଆଶ୍ବିନ ଶୁକ୍ଳଅଷ୍ଟମୀ ବା ମହାଷ୍ଟମୀ।

ଶାରଦୀୟ ଷୋଳପୂଜା କହିଲେ, ଦେବୀ ଦୁର୍ଗାଙ୍କର ଷୋହଳ ଦିନବ୍ୟାପୀ ଶରତ୍‌କାଳୀନ ପୂଜାକୁ ବୁଝାଏ। ଏହାର ଆରମ୍ଭ ବା ମୂଳଦିନ ଆଶ୍ବିନ କୃଷ୍ଣଅଷ୍ଟମୀ ବା ମୂଳାଷ୍ଟମୀ ଏବଂ ଶେଷଦିନ ଆଶ୍ବିନ ଶୁକ୍ଳଅଷ୍ଟମୀ ବା ମହାଷ୍ଟମୀ। ଆମ ଶାସ୍ତ୍ରଗ୍ରନ୍ଥମାନଙ୍କରେ ଏହି ଦୁର୍ଗାପୂଜାର ଛଅ ପ୍ରକାରର ବିଧାନ ଅଛି। ତାହା ହେଉଛି- ମୂଳାଷ୍ଟମୀରୁ ମହାଷ୍ଟମୀ ଷୋଡ଼ଶ ଦିନବ୍ୟାପୀ ପୂଜା, ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ନଅ ଦିନବ୍ୟାପୀ ପୂଜା, ଶୁକ୍ଳପଞ୍ଚମୀ ଠାରୁ ନବମୀ ପର୍ଯ୍ୟନ୍ତ ପାଞ୍ଚ ଦିନବ୍ୟାପୀ ପୂଜା, ଶୁକ୍ଳସପ୍ତମୀ ଠାରୁ ନବମୀ ପର୍ଯ୍ୟନ୍ତ ତିନି ଦିନବ୍ୟାପୀ ପୂଜା ଏବଂ ଶୁକ୍ଳ ଅଷ୍ଟମୀ ଓ ନବମୀ ଦ୍ବିଦିନାତ୍ମକ ପୂଜା ଓ କେବଳ ନବମୀରେ ଏକଦିନାତ୍ମକ ପୂଜା। ଏହା ବ୍ୟତୀତ, କାର୍ତ୍ତିକ କୃଷ୍ଣପକ୍ଷ ଅଷ୍ଟମୀ ମଧ୍ୟ ଦୁର୍ଗାପୂଜା ପାଇଁ ପ୍ରଶସ୍ତ।

ଏହି ଶରତ୍‌କାଳ ଦେବୀ ଦୁର୍ଗାଙ୍କର ଉପାସନା ପାଇଁ ପ୍ରକୃଷ୍ଟ ସମୟ ବୋଲି ‘ମହାଭାରତ’ରେ ଶରଣଯ୍ୟାଶାୟୀ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଛନ୍ତି। ସେହି ଅନୁସାରେ, ପାରମ୍ପରିକ ଭାବରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଆସୁଛି। ପିତାମହ କହିଛନ୍ତି- ହେ ଯୁଧିଷ୍ଠିର! ଯେ ଭକ୍ତବତ୍ସଳା ଚଣ୍ଡିକାଙ୍କୁ ଉତ୍ତମ ରୂପେ ପୂଜା ନ କରେ, ଚଣ୍ଡିକା ଅପମାନିତା ହୋଇ ତାହାର ସମସ୍ତ ପୁଣ୍ୟ ଧ୍ବଂସ କରିଦିଅନ୍ତି। ଏଣୁ ଆଶ୍ବିନ କୃଷ୍ଣପକ୍ଷ ଅଷ୍ଟମୀ ବା କାର୍ତ୍ତିକ କୃଷ୍ଣପକ୍ଷ ଅଷ୍ଟମୀରେ ଦୁର୍ଗାପୂଜା କରିବା ବିଧେୟ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button