ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରିଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୩୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହିଂସା ଓ ଜଂଗଲ ଛାଡି ମୁଖ୍ୟ ଧାରାରେ ଯୋଡି ହୋଇଛନ୍ତି। ସରକାର ଏମାନଙ୍କ ମୁଣ୍ଡରେ ୮୪ ଲକ୍ଷ ଟଂକାର ପୁରସ୍କାର ରଖିଥିଲେ। ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ନକ୍ସଲ ରହିଥିବା ବେଳେ ୨୭ ଜଣ ପୁରୁଷ ନକ୍ସଲ ରହିଛନ୍ତି।

