ଦେଶ ବିଦେଶ

Missile Test: ଆମେରିକା-ଦକ୍ଷିଣ କୋରିଆ ସାମରିକ ଅଭ୍ୟାସ ପୂର୍ବରୁ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଉତ୍ତର କୋରିଆ

ଉତ୍ତର କୋରିଆ ବୁଧବାର ଦିନ ଗୋଟିଏ ସପ୍ତାହରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଆଗକୁ ଦକ୍ଷିଣ କୋରିଆ-ଆମେରିକା ସାମରିକ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏହାର ପ୍ରତିବାଦ ସ୍ବରୂପ ଉତ୍ତର କୋରିଆ ଏଭଳି କରିଥିବା କୁହାଯାଉଛି।

ସିଓଲ: ଉତ୍ତର କୋରିଆ ବୁଧବାର ଦିନ ଗୋଟିଏ ସପ୍ତାହରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଆଗକୁ ଦକ୍ଷିଣ କୋରିଆ-ଆମେରିକା ସାମରିକ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏହାର ପ୍ରତିବାଦ ସ୍ବରୂପ ଉତ୍ତର କୋରିଆ ଏଭଳି କରିଥିବା କୁହାଯାଉଛି। ପ୍ରସ୍ତାବିତ ସାମରିକ ଅଭ୍ୟାସକୁ ଆକ୍ରମଣର ପୂର୍ବ ସୂଚନା ଭାବେ ଉତ୍ତର କୋରିଆ ବିବେଚନା କରୁଛି। ଦକ୍ଷିଣ କୋରିଆ ଏବଂ ଆମେରିକା ଉତ୍ତର କୋରିଆର ବିପଦ ବିରୋଧରେ ପ୍ରସ୍ତୁତିକୁ ବୃଦ୍ଧି କରିବା ପାଇଁ ଅଗଷ୍ଟ ୧୭ ତାରିଖରେ ସେମାନଙ୍କର ବାର୍ଷିକ ବଡ଼ ସାମରିକ ଅଭ୍ୟାସ ଆରମ୍ଭ କରିବେ ବୋଲି ଘୋଷଣା କରିବାର ଦୁଇ ଦିନ ପରେ ଏହି ଉତ୍‌କ୍ଷେପଣ ହୋଇଛି।ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ କହିଛନ୍ତି ଯେ ସକାଳ ପ୍ରାୟ ୬ଟା ସମୟରେ ଉତ୍ତର କୋରିଆର ପୂର୍ବ ଉପକୂଳ ୱାନସାନ୍ ଅଞ୍ଚଳରୁ ନିକ୍ଷେପ କରାଯାଇଥିବା ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ୭୦୦ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଉଡ଼ିଥିଲା। ଜାପାନ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣକୁ ଚିହ୍ନଟ କରି କହିଛି ଯେ, ଏହା କୋରିଆନ୍ ଉପଦ୍ୱୀପ ଏବଂ ଜାପାନ ମଧ୍ୟରେ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ବାହାରେ ପଡ଼ିଥିଲା। ଲଗାତାର କରାଯାଉଥିବା ଉତ୍‌କ୍ଷେପଣକୁ ଉତ୍ତର କୋରିଆର ବିସ୍ତାରିତ ଅସ୍ତ୍ର ପରୀକ୍ଷଣ କାର୍ଯ୍ୟକ୍ରମ ଭାବରେ ଦେଖାଯାଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button