ଖେଳ

Morocco Win: ନେଦରଲାଣ୍ଡ୍‌ସ ନକ୍‌ଆଉଟ୍‌, ମରକ୍କୋ ମାରିନେଲା ପେନାଲ୍ଟି ବିଜୟ

ବ୍ରାଜିଲ ବର୍ତିଗଲା, କିନ୍ତୁ ଜର୍ମାନୀ ଭଳି ଅନ୍ୟତମ ୟୁରୋପୀୟ ଶକ୍ତି ନେଦରଲାଣ୍ଡସ ମଧ୍ୟ ‌ଚଳିତ ଫିଫା ବିଶ୍ବକପ୍‌ରୁ ନକ୍‌ ଆଉଟ୍‌ ହୋଇଯାଇଛି। ନେଦରଲାଣ୍ଡ୍‌ସକୁ ପୋନଲ୍ଟିରେ ୩-୨ରେ ହରାଇ ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋ ରାଉଣ୍ଡ୍‌ ଅଫ୍‌ ୧୬ (ପ୍ରି-କ୍ବାର୍ଟରଫାଇନାଲ୍‌) ଯୋଗ୍ୟତା ଅର୍ଜନ କରି ନେଇଛି।

ଗୁଆଡାଲୁପ୍‌ (ମେକ୍ସିକୋ): ବ୍ରାଜିଲ ବର୍ତିଗଲା, କିନ୍ତୁ ଜର୍ମାନୀ ଭଳି ଅନ୍ୟତମ ୟୁରୋପୀୟ ଶକ୍ତିନେଦରଲାଣ୍ଡସ ମଧ୍ୟ ‌ଚଳିତ ଫିଫାବିଶ୍ବକପ୍‌ରୁ ନକ୍‌ ଆଉଟ୍‌ ହୋଇଯାଇଛି। ନେଦରଲାଣ୍ଡ୍‌ସକୁ ପୋନଲ୍ଟିରେ ୩-୨ରେ ହରାଇ ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋ ରାଉଣ୍ଡ୍‌ ଅଫ୍‌ ୧୬ (ପ୍ରି-କ୍ବାର୍ଟରଫାଇନାଲ୍‌) ଯୋଗ୍ୟତା ଅର୍ଜନ କରି ନେଇଛି। ଜର୍ମାନୀ-ପାରାଗୁଏ ଭଳି ଏହି ମ୍ୟାଚ୍‌ ମଧ୍ୟ ୧୨୦ ମିନିଟ୍‌ ସଂଘର୍ଷ ପରେପେନାଲ୍ଟି ଫଳାଫଳରେ ନିର୍ଣ୍ଣୟ ହୋଇଥିଲା। ନିୟମିତ ସମୟରେ ଏହି ମ୍ୟାଚ୍‌ ମଧ୍ୟ ସମାନ ୧-୧ ଗୋଲ୍‌ରେ ଡ୍ର’ ରହିଥିଲା। ବିଜୟ ସହ ପ୍ରି-କ୍ବାର୍ଟରଫାଇନାଲ୍‌ରେ ମରକ୍କୋ ଜୁଲାଇ ୪ ତାରିଖରେ କାନାଡ଼ା ସହ ଖେଳିବା ଧାର୍ଯ୍ୟ ହୋଇଯାଇଛି।

ପ୍ରି-କ୍ବାର୍ଟରଫାଇନାଲ୍‌ରେ ମରକ୍କୋ କାନାଡ଼ା ସହ ଖେଳିବ

ମେକ୍ସିକୋର ମଣ୍ଟେରି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଆକ୍ରମଣ, ପ୍ରତିଆକ୍ରମଣ ଏବଂ ଦୃଢ଼ ରକ୍ଷଣଭାଗର ନିଖୁଣ ନିଦର୍ଶନ ଦେଖାଇଥିଲା। ତେବେ ୭୧ତମ ମିନିଟ୍‌ ପର୍ଯ୍ୟନ୍ତ ଉଭୟ ଦଳ ଗୋଲ୍‌ ଦେବାରେ ନିଷ୍ଫଳ ରହିଥିଲେ। ୭୨ତମ ମିନିଟ୍‌ରେ ଅଭିଜ୍ଞ ଷ୍ଟ୍ରାଇକର୍‌ କୋଡି ଗାକ୍‌ପୋଙ୍କ ଗୋଲ୍‌ରେ ନେଦରଲାଣ୍ଡ୍‌ସ ଅଗ୍ରଣୀ ନେଇଯାଇଥିଲା। ତାଙ୍କ ଦଳ ମଧ୍ୟ ବିଜୟଦ୍ବାରରେ ପହଞ୍ଚିଯାଇଥିଲା। କିନ୍ତୁ ଷ୍ଟପେଜ୍‌ ଟାଇମ୍‌ରେ ପ୍ରଥମ ମିନିଟ୍‌ରେ ବଦଳ ଖେଳାଳି ଈଶା ଡିଅପ୍‌ (୯୦+୧ ମିନିଟ୍‌)ଙ୍କ ଗୋଲ୍‌ ଏହି ଦଳର ଆଶାରେ ପାଣି ଭରି ଦେଇଥିଲା। ଶେଷକୁ ଅତିରିକ୍ତ ୩୦ ମିନିଟ୍‌ ଗୋଲଶୂନ୍ୟ ରହିଥିଲା। ସୁଟ୍‌ ଆଉଟ୍‌ ବେଳକୁ ଉଭୟ ଦଳ ତାଳମେଳ ଦେଇ ଚାଲିଥିଲେ ମଧ୍ୟ କ୍ରିସେନ୍‌ସିଓ ସୁମରଭିଲେଙ୍କ ପେନାଲ୍ଟିକୁ ମରକ୍କୋ ଗୋଲରକ୍ଷକ ୟାସିନ୍‌ ବୋନୋଉ ରୋକିଦେବା ପରେ ଇସମାଇଲ୍‌ ସାଇବରି ନିର୍ଣ୍ଣାୟକ ପେନାଲ୍ଟିକୁ ଗୋଲରେ ପରିଣତ କରି ମରସ୍କୋକୁ ଐତିହାସିକ ବିଜୟ ଦେଇଥିଲେ। ନେଦରଲାଣ୍ଡସର ଅଭିଜ୍ଞ ଖେଳାଳି କୋଡି ଗାକ୍‌ପୋଙ୍କ ପାଇଁ ଏହା ଆଉ ଏକ ଦୁଃଖଦ ଖବର ହୋଇଥିଲା। ଦୁଇ ଦିନ ତଳେ ତାଙ୍କ ପୁତ୍ର ସନ୍ତାନ ଜନ୍ମପୂର୍ବରୁ ମୃତ୍ୟୁବରଣ କରିଥିଲେ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button