ଜାତୀୟ

Mundhe FDA Action: ମୂଷା ମଳଠୁ ନେଇ ଅସରପା ସାଲୁବାଲୁ…୧୨୨ ବର୍ଷ ପୁରୁଣା ରେସ୍ତୋରାଁରେ ଏଫଡିଏ ଆକ୍ସନ, ଲାଇସେନ୍ସ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୨୯/୦୯; ଆକ୍ସନରେ ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ମୁଖ୍ୟ ତୁକାରାମ ମୁଣ୍ଡେ ଏବଂ ଟିମ୍। ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। ଯେଉଁଠି ନିୟମ ଉଲ୍ଲଙ୍ଘନ ହେବା ନଜରକୁ ଆସିଛି, ସେଠାରେ ହୋଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏହି କ୍ରମରେ ତୁକାରାମଙ୍କ ଟିମ୍ ମୁମ୍ବାଇର ଐତିହାସିକ ଇରାନୀ କ୍ୟାଫେ ତଥା ରେସ୍ତୋରାଁ ‘କ୍ୟାନି ଆଣ୍ଡ କୋ’  (Kyani & Co Cafe) ଉପରେ ଚଢ଼ଉ କରିଥିଲା। ଯାହା ପରେ ୧୨୨ ବର୍ଷ ପୁରୁଣା ଏହି ରେସ୍ତୋରାଁକୁ ବନ୍ଦ କରି ଦିଆଯାଇଛି। ଏହାର ଲାଇସେନ୍ସ ମଧ୍ୟ ସସପେଣ୍ଡ କରାଯାଇଛି।

ଚଢ଼ଉ ସମୟରେ ଫ୍ରିଜ୍ ଏବଂ ଷ୍ଟୋର ଅଞ୍ଚଳ ଅତ୍ୟନ୍ତ ଅପରିଷ୍କାର ଦିଶିଥିଲା। ଫ୍ରିଜ୍ ଭିତରେ ମୂଷା ମଳ, ଅସରପା, ମାଛି, ରକ୍ତ ଆଦି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାଛଡ଼ା ପ୍ରୋସେସିଂ ବିଭାଗରେ ଏକ ଖୋଲା ସ୍ୱେରେଜ୍ ମ୍ୟାନହୋଲ୍ ଥିଲା । ଖାଦ୍ୟ ସାମଗ୍ରୀକୁ ତଳେ ରଖାଯାଇଥିଲା। ପିଠା ପାଇଁ ରଖାଯାଇଥିବା ଆଟାକୁ ଖବରକାଗଜରେ ଘୋଡ଼ାଯାଇଥିଲା। ରେସ୍ତୋରାଁ ପରିସରରେ ବିଲେଇ ବୁଲୁଥିବା ମଧ୍ୟ ତୁକାରାମ ଟିମ୍ ଦେଖିଥିଲା। ସୂଚନାଯୋଗ୍ୟ, କ୍ୟାନି ଆଣ୍ଡ କୋ ରେସ୍ତୋରାଁ ୧୯୦୪ରେ ଖୋଲିଥିଲା। ଏହାକୁ ମୁମ୍ବାଇର ସର୍ବପୁରାତନ ଇରାନୀ କ୍ୟାଫେ ବିବେଚନା କରାଯାଏ। ଏଠାରେ ସୁଲଭ ଦରରେ ସ୍ନାକ୍ସ ଓ ଚା ବି ମିଳିଥାଏ। ମହାରାଷ୍ଟ୍ର ଏଫଡିଏ ରାଜ୍ୟବ୍ୟାପୀ ଚଳିତମାସ ୨୩ରୁ ୨୭ ପର୍ଯ୍ୟନ୍ତ ଚଢ଼ଉ କରିଥିଲା। ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଚାଲିଥିଲା। ଏଥିରେ ୫୦,୬୦୧.୭୮ କିଲୋ ମିଠା, କ୍ଷୀର, ଦୁଗ୍ଧ ଉତ୍ପାଦ, ଖାଇବା ତେଲ, ଘିଅ ପୁର, ନମକିନ, ଚା, ମସଲା, ସସ୍, ନୁଡୁଲ୍ସ, ଓ୍ଵେଫର୍ସ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରହିଥିଲା। ଏହାର ମୂଲ୍ୟ ପ୍ରାୟ ୧.୧୯ କୋଟି ଟଙ୍କା ହେବ।

‘ନିରାପଦ ଖାଦ୍ୟ, ନିରାପଦ ମହାରାଷ୍ଟ୍ର’ ନୀତି- ସେପ୍ଟେମ୍ବର ୨୭ ରେ ‘କ୍ୟାନି ଆଣ୍ଡ କୋ’ ରେ ଏହି ଅନୁସନ୍ଧାନ କରାଯାଇଥିଲା । ୧୯୦୪ ମସିହାରେ ଆରମ୍ଭ ହୋଇଥିବା ଏହି କାଫେ ମୁମ୍ବାଇର ସର୍ବ ପୁରାତନ ଇରାନୀ କାଫେ ମଧ୍ୟରୁ ଅନ୍ୟତମ । ମହାରାଷ୍ଟ୍ର ଏଫଡିଏର ‘ନିରାପଦ ଖାଦ୍ୟ, ନିରାପଦ ମହାରାଷ୍ଟ୍ର’ ନୀତି ଅନୁଯାୟୀ ପାର୍ବଣ ଋତୁରେ ରାଜ୍ୟବ୍ୟାପୀ ଚଢ଼ାଉର ଏକ ଅଂଶ ଥିଲା ଏହି ଆକ୍ସନ । କାଫେ ଏହାର ଭିଣ୍ଟେଜ୍ ଆକର୍ଷଣ ବଜାୟ ରଖିବା ପାଇଁ ଜଣାଶୁଣା, ଯେଉଁଥିରେ ଉଚ୍ଚ ଛାତ ଏବଂ ସୁଲଭ ମୂଲ୍ୟରେ ସ୍ନାକ୍ସ ଏବଂ ଚା ପରିବେଷଣ ଅନ୍ତର୍ଭୁକ୍ତ । ଅନୁସନ୍ଧାନରେ ପ୍ରକ୍ରିୟାକରଣ ବିଭାଗରେ ସ୍ୱେରେଜର ଏକ ଖୋଲା ମ୍ୟାନହୋଲ ମଧ୍ୟ ମିଳିଥିଲା । ଖାଦ୍ୟକୁ ଚଟାଣରେ ରଖାଯାଇଥିବା ଦେଖିବାକୁ ମିଳିଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button