ଖେଳ
Pramod is No. 1 again: ପ୍ରମୋଦ ପୁଣି ୧ ନଂ
ଦୀର୍ଘ ୧୮ ମାସର ନିଲମ୍ବନ, ସଂଘର୍ଷ ଓ ସଫଳ ପ୍ରତ୍ୟାବର୍ତ୍ତନର ସୁନେଲି ଧାରା ପରେ ପୁଣି ଥରେ ଏସ୍ଏଲ୍-୩ ପୁରୁଷ ଏକକ ବର୍ଗ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନକୁ ଫେରିଛନ୍ତି ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ।

ଭୁବନେଶ୍ୱର: ଦୀର୍ଘ ୧୮ ମାସର ନିଲମ୍ବନ, ସଂଘର୍ଷ ଓ ସଫଳ ପ୍ରତ୍ୟାବର୍ତ୍ତନର ସୁନେଲି ଧାରା ପରେ ପୁଣି ଥରେ ଏସ୍ଏଲ୍-୩ ପୁରୁଷ ଏକକ ବର୍ଗ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନକୁ ଫେରିଛନ୍ତି ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ। ଏହି ସୁଖବର ସେ ନିଜେ ସାମାଜିକ ଗଣମାଧ୍ୟମ ପୋଷ୍ଟ କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦଙ୍କ ଏହି ଐତିହାସିକ ପ୍ରତ୍ୟାବର୍ତ୍ତନ ପଛରେ ରହିଛି ଚଳିତବର୍ଷର ଲଗାତାର ଉଚ୍ଚକୋଟୀର ପ୍ରଦର୍ଶନ। ୨୦୨୫ ସେପ୍ଟେମ୍ବରରେ ନିଲମ୍ବନ ଅବଧି ଶେଷ ହେବା ପରେ କୋର୍ଟକୁ ଫେରିଥିଲେ ସେ। ଚଳିତ ବର୍ଷ ଫେବ୍ରୁଆରିରେ ବାହାରିନ୍ର ମାନାମାଠାରେ ଆୟୋଜିତ ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଷଷ୍ଠ ଥର ପାଇଁ ବିଶ୍ୱ ବିଜେତା ହୋଇଥିଲେ। ଏହା ସହ ଲଗାତାର ଚତୁର୍ଥ ବିଶ୍ୱ ଟାଇଟଲ୍ ଜିତିବାର ଗୌରବ ମଧ୍ୟ ହାସଲ କରିଥିଲେ।
ସୌଜନ୍ୟ ସମ୍ବାଦ




