Chief minister: ପରମ୍ପରାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ମୋହନ: ସରକାରୀ ଅଫିସରେ ନୂଆବର୍ଷ ପାଳନ ମନା
ସରକାରୀ କାର୍ଯ୍ୟାଳୟରେ ଇଂରାଜୀ ନୂଆବର୍ଷ ପାଳନ ହେବ ନାହିଁ। ଭୋଜିଭାତ, କେକ୍ କଟା ବନ୍ଦ। ନୂଆବର୍ଷ ପାଳନ ଉପରେ ଏଭଳି ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର। ସାଧାରଣ କାର୍ଯ୍ୟ ଦିବସ ଭାବେ ଏହି ଦିନ କର୍ମଚାରୀମାନେ ନିୟମିତ କାର୍ଯ୍ୟ କରିବେ।

ଭୁବନେଶ୍ବର: ସରକାରୀ କାର୍ଯ୍ୟାଳୟରେ ଇଂରାଜୀ ନୂଆବର୍ଷ ପାଳନ ହେବ ନାହିଁ। ଭୋଜିଭାତ, କେକ୍ କଟା ବନ୍ଦ। ନୂଆବର୍ଷ ପାଳନ ଉପରେ ଏଭଳି ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର। ସାଧାରଣ କାର୍ଯ୍ୟ ଦିବସ ଭାବେ ଏହି ଦିନ କର୍ମଚାରୀମାନେ ନିୟମିତ କାର୍ଯ୍ୟ କରିବେ। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସାଧାରଣ କାର୍ଯ୍ୟ ଦିବସ ଭାବେ ସରକାରୀ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବା ଲାଗି ଅନୁରୋଧ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ମନା
ସବୁଦିନ ଭଳି ଚାଲିବ ଅଫିସ କାର୍ଯ୍ୟ
୩୧ରେ ଶ୍ରୀମନ୍ଦିରରେ ୩ ଘଣ୍ଟା ପହଡ଼
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ ସରକାରୀ କାର୍ଯ୍ୟାଳୟକୁ କୌଣସି ପ୍ରକାର ଇଂରାଜୀ ନୂଆବର୍ଷ ପାଳନର ସ୍ଥଳୀ କରିବାକୁ ଦିଆଯିବ ନାହିଁ। କେବଳ ବ୍ୟକ୍ତିଗତ ସୌଜନ୍ୟମୂଳକ ସମ୍ଭାଷଣ ବ୍ୟତୀତ କୌଣସି ପ୍ରକାର ଉତ୍ସବ, ଭେଟଘାଟ୍, ଭୋଜିଭାତ, ପାର୍ଟି ଇତ୍ୟାଦି ରାଜ୍ୟ ସରକାରୀ କାର୍ଯ୍ୟାଳୟ ପରିସରରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଏହି ପଦକ୍ଷେପ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ନୂଆବର୍ଷ ଦିନ ଅଘୋଷିତ ଛୁଟି ଘୋଷଣା ହୋଇଯାଏ। ସରକାରୀ କାର୍ଯ୍ୟାଳୟ ଖୋଲା ରହୁଥିଲେ ବି ସମସ୍ତେ ଉତ୍ସବ ପାଳନରେ ମସଗୁଲ ରୁହନ୍ତି। ସେପଟେ ମହାପ୍ରଭୁଙ୍କ ପହଡ଼ ନିଷ୍ପତ୍ତି ନିଆଯାଇଛି। ୩୧ ତାରିଖ ରାତି ୧୧ଟାରୁ ୨ଟା ଯାଏଁ ଶ୍ରୀମନ୍ଦିର ବନ୍ଦ ରହିବ।
Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା “ଅଟଳ ମାର୍ଗ” ର ଭିତ୍ତି ପ୍ରସ୍ତର ସ୍ଥାପନ
ସୌଜନ୍ୟ ସମ୍ବାଦ




