ଭୁବନେଶ୍ବର: ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଚଳିତ ବର୍ଷ ଏପ୍ରିଲ ମାସର ନିଉଜଲେଟର୍ ‘ନିତିସନ୍ଧାନ’ରେ ଓଡ଼ିଶାର ‘ଭୁବନେଶ୍ବର-କଟକ–ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (ବିସିପିପିଇଆର୍) ଯୋଜନା ସ୍ଥାନ ପାଇଛି। ଏହି ଯୋଜନା ସମ୍ପର୍କରେ ସେଥିରେ ବିସ୍ତୃତ ଆଲୋଚନା କରାଯାଇଛି।
ଜ୍ଞାନ ଓ ସୂଚନା ପ୍ରଯୁକ୍ତି ହବ୍ ଭାବେ ଭୁବନେଶ୍ବର ଓ କଟକକୁ ଚୟନ କରାଯାଇଛି। ବିଶ୍ବ ପର୍ଯ୍ୟଟନ ପାଇଁ ପୁରୀର ଐତିହ୍ୟ ବିକାଶ କରିବାକୁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ରପ୍ତାନି ଭିତ୍ତିକ ଅଭିବୃଦ୍ଧି ପାଇ କୃଷ ଓ ମତ୍ସ୍ୟଚାଷର ଆଧୁନିକୀକରଣ କରିବାକୁ ମଧ୍ୟ ଏଥିରେ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାର ନେତୃତ୍ବ ନେବ ଅର୍ଥନୈତିକ ଅଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଇଆର୍ଡିଏ)।
ସୌଜନ୍ୟ ସମ୍ବାଦ

