ଖେଳ

Odia girl: ୟୁନମ ଶିଖରରେ ତ୍ରିରଙ୍ଗା ଉଡ଼ାଇ‌ଲେ ଓଡ଼ିଆ ଝିଅ

ଓଡ଼ିଶାର ପର୍ବତାରୋହଣ ଓ ଦୁଃସାହସିକ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟର ୧୧ ଜଣିଆ ପର୍ବତାରୋହୀ ଦଳର ୫ ଜଣ ମହିଳା ସଦସ୍ୟ ହିମାଚଳ ପ୍ରଦେଶର ୨୦,୧୦୦ ଫୁଟ ଉଚ୍ଚ ମାଉଣ୍ଟ ୟୁନମ ଶିଖର ସଫଳତାର ସହ ଆରୋହଣ କରି ୧୫ ଅଗଷ୍ଟରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଭୁବନେଶ୍ବର: ଓଡ଼ିଶାର ପର୍ବତାରୋହଣ ଓ ଦୁଃସାହସିକ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟର ୧୧ ଜଣିଆ ପର୍ବତାରୋହୀ ଦଳର ୫ ଜଣ ମହିଳା ସଦସ୍ୟ ହିମାଚଳ ପ୍ରଦେଶର ୨୦,୧୦୦ ଫୁଟ ଉଚ୍ଚ ମାଉଣ୍ଟ ୟୁନମ ଶିଖର ସଫଳତାର ସହ ଆରୋହଣ କରି ୧୫ ଅଗଷ୍ଟରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ମାଉଣ୍ଟ ୟୁନମ ଶିଖରରେ ୮୦ ମିଟର ଲମ୍ବ ତ୍ରିରଙ୍ଗା ଉତ୍ତୋଳନ କରି ଦଳ ଦେଶପ୍ରେମ ଓ ଜାତୀୟ ଗୌରବର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ତିରଙ୍ଗାକୁ ଶିଖରରେ ଉତ୍ତୋଳନ କରିବାର ଏହି ମୁହୂର୍ତ୍ତ ସମଗ୍ର ଦଳ ପାଇଁ ଅତ୍ୟନ୍ତ ଗୌରବ ଓ ଭାବବିହ୍ୱଳତାର ମୁହୂର୍ତ୍ତ ଥିଲା। ଏଭେରେଷ୍ଟ ଆରୋହୀ ଗଣେଶ ଜେନାଙ୍କ ତତ୍ତ୍ୱାବଧାନରେ ଏବଂ ଅନିତା ସ୍ୱାଇଁଙ୍କ ନେତୃତ୍ୱରେ ଗତ ୭ ତାରିଖରେ ଏହି ଦଳ ମାଉଣ୍ଟ ୟୁନମ ଆରୋହଣ ଲକ୍ଷ୍ୟରେ ଯାତ୍ରା ଆରମ୍ଭ କରିଥିଲା। ଦୁର୍ଗମ ହିମାଳୟ ପରିବେଶ, ଅତ୍ୟଧିକ ଉଚ୍ଚତା ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦଳର ସଦସ୍ୟମାନେ ଦୃଢ଼ ମନୋବଳ, ଶୃଙ୍ଖଳା ଓ ଦଳଗତ ସହଯୋଗର ପରିଚୟ ଦେଇଥିଲେ। ଦଳର ଅନ୍ୟ ୩ ଜଣ ସଦସ୍ୟ ମଧ୍ୟ ଶିଖରର ଅତି ନିକଟରେ ପହଞ୍ଚିଥିଲେ; କିନ୍ତୁ ଅସୁସ୍ଥତା କାରଣରୁ ସେମାନେ ଶେଷ ପର୍ଯ୍ୟାୟରେ ଶିଖରରେ ପହଞ୍ଚି ପାରିନଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button