ରାଜ୍ୟ
Odisha: କୁପୋଷଣମୁକ୍ତ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ
ମହିଳା ଓ ଶିଶୁମାନଙ୍କ ପୋଷଣରେ ଉନ୍ନତି ଆଣିବାକୁ ଅଙ୍ଗନବାଡ଼ି ଓ ସ୍କୁଲ ଜରିଆରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଆହୁରି ଉନ୍ନତି ଆଣିବାକୁ ସମ୍ପୂର୍ଣ୍ଣ ପରିବାରକୁ ସାମିଲ କରାଯାଉଛି।

ଭୁବନେଶ୍ୱର: ମହିଳା ଓ ଶିଶୁମାନଙ୍କ ପୋଷଣରେ ଉନ୍ନତି ଆଣିବାକୁ ଅଙ୍ଗନବାଡ଼ି ଓ ସ୍କୁଲ ଜରିଆରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଆହୁରି ଉନ୍ନତି ଆଣିବାକୁ ସମ୍ପୂର୍ଣ୍ଣ ପରିବାରକୁ ସାମିଲ କରାଯାଉଛି। ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଜରିଆରେ ଓଡ଼ିଶାକୁ କୁପୋଷଣମୁକ୍ତ କରାଯିବ ବୋଲି ବରମୁଣ୍ଡାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଏବଂ ‘୯ମ ରାଷ୍ଟ୍ରୀୟ ପୋଷଣ ମାସ’ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ସୌଜନ୍ୟ ସମ୍ବାଦ




