ରାଜ୍ୟ

Odisha High Court : ଓଡ଼ିଶା ହାଇକୋର୍ଟରେ ମାମଲା ବଢ଼ୁଛି ,ବିଚାରପତିଙ୍କ ସଂଖ୍ୟା କମୁଛି

  • ୩୭ଜଣ ବିଚାରପତିଙ୍କ ସ୍ଥାନରେ ଅଛନ୍ତି ୧୭
  •  ଦୁଇ ବିଚାରପତିଙ୍କ ବଦଳି ପରେ ରହିବେ ୧୫
  • ଦେଢ଼ ଲକ୍ଷରୁ ଅଧିକ ମାମଲା ଗଡ଼ୁଛି

କଟକ,୧୨ \୮ :  ଓଡ଼ିଶା ହାଇକୋର୍ଟରେ  ଦିନକୁ ଦିନ ବଢୁଛି ମାମଲା । ହେଲେ କମୁଛି ବିଚାରପତିଙ୍କ ସଂଖ୍ୟା । ୩୭ ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୭ ।  ଓଡ଼ିଶା ହାଇକୋର୍ଟରେ ଦେଢ଼ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ଅଛି । କିନ୍ତୁ ମାମଲାର ବୋଝ ଅନୁପାତରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଏମିତିକି ମୋଟ୍ ମଞ୍ଜୁରିପ୍ରାପ୍ତ ପଦର ଅଧାରୁ ଅଧିକ ବିଚାରପତି ପଦ ଖାଲି ପଡ଼ିଛି । ଓଡ଼ଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ସଂଖ୍ୟା ୩୭ ହୋଇଥିବାବେଳେ ଏବେ ଅଛନ୍ତି ମାତ୍ର ୧୭ଜଣ । ପୁଣି ଏବେ ଦୁଇଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ୍ କରିଛନ୍ତି । ଏହା କାର୍ଯ୍ୟକାରୀ ହେଲେ ବିଚାରପତି ସଂଖ୍ୟା ୧୫କୁ ଖସି ଆସିବ ।

ଏଣେ ଗତ ଶନିବାର କେନ୍ଦ୍ର ସରକାର ଏକକାଳୀନ ୩୦ଜଣ ବିଚାରପତିଙ୍କୁ ନିଯୁକ୍ତି ଦେଇଥିବାବେଳେ ଓଡ଼ିଶା ହାଇକୋର୍ଟ କିନ୍ତୁ ନୂତନ ଜଜ୍ ନିଯୁକ୍ତି ଦିଆ ଯାଇନାହିଁ । କିନ୍ତୁ ମାଡ୍ରାସ୍ ହାଇକୋର୍ଟରେ ସର୍ବାଧିକ ୧୫ଜଣ ବିଚାରପତିଙ୍କୁ ନିଯୁକ୍ତି ଦିଆ ଯାଇଛି । ଓଡ଼ିଶା ହାଇକୋର୍ଟରେ ୩୩ ନିୟମିତ ବିଚାରପତି ଓ ୪ ଅତିରିକ୍ତ ବିଚାରପତି ପଦ ରହିଛି । ଏବେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୧୭ ଜଣ ବିଚାରପତି ଅଛନ୍ତି । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୭୦ ହଜାର ୭୦୧ । ଫଳରେ ମାମଲା ଫଇସଲା ନେଇ ସମସ୍ୟା ସୃଷ୍ଟି ହୋଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button