ରାଜ୍ୟ

OPSC: ଓପିଏସ୍‌ସିରେ ଡାକ୍ତର ନିଯୁକ୍ତି ବିଳମ୍ବ; ରାଜରାସ୍ତାରେ ଡାକ୍ତର

ଭୁବନେଶ୍ବର: ଓପିଏସ୍‌ସି ଜରିଆରେ ଡାକ୍ତରଙ୍କ ନିଯୁକ୍ତି ବିଳମ୍ବ ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁବ ଡାକ୍ତର। ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ଲାଗି ଡାକ୍ତରମାନେ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨ମାସ ତଳେ ଓପିଏସ୍‌ସି କାର୍ଯ୍ୟାଳୟ ଘେରାଉ କରି ଯୁବ ଡାକ୍ତରମାନେ ପ୍ରତିବାଦ ଜଣାଇଥିଲେ। ଏହାସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଆଜି ରାଜଧାନୀରେ ସରକାରଙ୍କୁ ସେମାନଙ୍କର କ୍ଷୋଭ ଜଣାଇଛନ୍ତି।

ଡାକ୍ତରଙ୍କ ସୂଚନା ଅନୁସାରେ, ଗତବର୍ଷ ଜୁନ୍‌ ମାସରେ ୫୨୪୮ ଡାକ୍ତରୀ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରୀକ୍ଷାରେ ୧୮୪୦ଜଣ ଉତ୍ତୀର୍ଣ୍ଣ ହୋଇଥିଲେ। ପରବର୍ତ୍ତୀ ସମୟରେ ସାର୍ଟିଫିକେଟ୍‌ ଯାଞ୍ଚ ପରେ ୧୭ଶହ ପ୍ରାର୍ଥୀଙ୍କ ତାଲିକା କାଏମ ରହିଥିଲା। ମାତ୍ର ଏହି ନିଯୁକ୍ତିକୁ ନେଇ କୋର୍ଟରେ ମାମଲା  ପରେ ନିଯୁକ୍ତି ପ୍ରକ୍ରିୟା ଅଟକିଥିଲା। କୋର୍ଟ ଦେଇଥିବା ରାୟରେ ଏବେ ୫୦% ପଦବି(ସାଧାରଣ ଓ ସଂରକ୍ଷିତ)ରେ ନିଯୁକ୍ତି ଦିଆଯିବ ଓ ପରବର୍ତ୍ତୀ ସମୟରେ ବଳକା ୫୦% ନିଯୁକ୍ତି ପାଇବେ। ଏହି ଭିତ୍ତିରେ ଓପିଏସ୍‌ସି ପକ୍ଷରୁ ୮୨୨ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା। ବର୍ଷେ ପରେ ବି କିନ୍ତୁ କାହାରିକୁ ନିଯୁକ୍ତି ମିଳିନାହିଁ। ଏହାସହ ବଳକା ୮୨୨ ଡାକ୍ତରଙ୍କ ନିଯୁକ୍ତି ପ୍ରକ୍ରିୟା ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ଆସନ୍ତା ୭ଦିନ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଡାକ୍ତରମାନେ କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button