ଦେଶ ବିଦେଶ
Pakistan: ପାକିସ୍ତାନରେ ପରମାଣୁ କମାଣ୍ଡ ପ୍ରଧାନମନ୍ତ୍ରୀଙ୍କ ହାତରୁ ମୁନିରଙ୍କୁ ଗଲା
ପାକିସ୍ତାନ ୨୭ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏହାର ପ୍ରତିରକ୍ଷା ଗଠନରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ପରମାଣୁ ଅସ୍ତ୍ର (ପରମାଣୁ କମାଣ୍ଡ) ସମ୍ପୂର୍ଣ୍ଣ ନିୟନ୍ତ୍ରଣ କାଢ଼ି ନେଇ ଏହାକୁ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ନେତୃତ୍ୱାଧୀନ ନୂତନ ‘ଜାତୀୟ ରଣନୀତିକ କମାଣ୍ଡ’ (ଏନ୍ଏସ୍ସି)କୁ ହସ୍ତାନ୍ତର କରିଛି।

ଇସଲାମାବାଦ: ପାକିସ୍ତାନ ୨୭ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏହାର ପ୍ରତିରକ୍ଷା ଗଠନରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ପରମାଣୁ ଅସ୍ତ୍ର (ପରମାଣୁ କମାଣ୍ଡ) ସମ୍ପୂର୍ଣ୍ଣ ନିୟନ୍ତ୍ରଣ କାଢ଼ି ନେଇ ଏହାକୁ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ନେତୃତ୍ୱାଧୀନ ନୂତନ ‘ଜାତୀୟ ରଣନୀତିକ କମାଣ୍ଡ’ (ଏନ୍ଏସ୍ସି)କୁ ହସ୍ତାନ୍ତର କରିଛି। ସଦ୍ୟତମ ସଂଶୋଧନ ଅନୁଯାୟୀ, ଦେଶର ରଣନୈତିକ ସମ୍ପତ୍ତି ଓ ପରମାଣୁ ଅସ୍ତ୍ରଶସ୍ତ୍ରର କାର୍ଯ୍ୟକ୍ଷମତାକୁ ପରିଚାଳନା କରିବାକୁ ପାକିସ୍ତାନ ଏନ୍ଏସ୍ସି ପ୍ରତିଷ୍ଠା କରିଛି।
ସୌଜନ୍ୟ ସମ୍ବାଦ




