ଖେଳ

Pakistan Fight: ପାକିସ୍ତାନ ପାଇଁ ଲଢ଼ିଲେ ସଫିକ-ବାବର

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ପାକିସ୍ତାନ ପ୍ରଥମ ପାଳିରେ ଲଢ଼ୁଆ ପ୍ରଦର୍ଶନ କରିଛି। ଘରୋଇ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିରେ ୩୪୪ ରନ୍‌ କରିଥିବାବେଳେ ଦ୍ବିତୀୟ ଦିନ ଶେଷ ସୁଦ୍ଧା ପାକିସ୍ତାନ ୨ ୱିକେଟ୍‌ ହରାଇ ୨୬୬ ରନ୍‌ ସଂଗ୍ରହ କରି ଭଲ ସ୍ଥିତିରେ ରହିଛି।

ପୋର୍ଟ ଅଫ୍‌ ସ୍ପେନ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ପାକିସ୍ତାନ ପ୍ରଥମ ପାଳିରେ ଲଢ଼ୁଆ ପ୍ରଦର୍ଶନ କରିଛି। ଘରୋଇ ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳିରେ ୩୪୪ ରନ୍‌ କରିଥିବାବେଳେ ଦ୍ବିତୀୟ ଦିନ ଶେଷ ସୁଦ୍ଧା ପାକିସ୍ତାନ ୨ ୱିକେଟ୍‌ ହରାଇ ୨୬୬ ରନ୍‌ ସଂଗ୍ରହ କରି ଭଲ ସ୍ଥିତିରେ ରହିଛି। ଅବଦୁଲା ସଫିକ୍‌ ତାଙ୍କ ଖେଳ ଜୀବନର ଷଷ୍ଠ ଟେଷ୍ଟ୍‌ ଶତକ ହାସଲ କରିଥିବାବେଳେ ବାବର ୪ ବର୍ଷ ପରେ ଶତକ ହାସଲଠାରୁ ମାତ୍ର ୧୪ ରନ୍‌ ଦୂରରେ ରହିଛନ୍ତି। ଉଭୟ ସଫିକ ଓ ଆଜମ ଅତୁଟ ତୃତୀୟ ୱିକେଟ୍‌ ପାଇଁ ୧୬୮ ରନ୍‌ ଯୋଡ଼ିବା ପରେ ଏହି କାରବୀୟ ଗସ୍ତରେ ପାକିିସ୍ତାନ ଏହି ଫର୍ମାଟରେ ଲଢ଼ିବା ନଜରକୁ ଆସିଛି। ପ୍ରଥମ ଟେଷ୍ଟ୍‌କୁ ପାକିସ୍ତାନ ୯୦ ରନ୍‌ରେ ହାରିଯାଇଥିଲା। ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ହୋଇଥିବାରୁ ପାକିସ୍ତାନ ପୋର୍ଟ ଅଫ୍‌ ସ୍ପେନ୍‌ରେ ବିଜୟୀ ହେବା ସହ ଡ୍ର’ ଆଶାରେ ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button