ରାଜ୍ୟ

People Injured: ପିପିଲି ଖଣ୍ଡିଗାଁରେ ଗୋଷ୍ଠୀ ସଂଘର୍ଷ, ୪ ମହିଳାଙ୍କ ସମେତ ୧୦ ଆହତ

ପିପିଲି ଥାନା ଆରିସଲ ପଂଚାୟତ ଅନ୍ତର୍ଗତ ଖଣ୍ଡିଗାଁରେ ରବିବାର ବିଳମ୍ବିତ ରାତିରେ ଡିଜେର ଉଚ୍ଚ ଶବ୍ଦ ଓ ଏକ ଭୋଜି ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ୪ ମହିଳାଙ୍କ ସମେତ ଉକ୍ତ ଗାଁର ୧୦ଜଣ ଆହତ ହୋଇଛନ୍ତି।

ପିପିଲି (ରାଜକିଶୋର ସ୍ବାଇଁ):ପିପିଲି ଥାନା ଆରିସଲ ପଂଚାୟତ ଅନ୍ତର୍ଗତ ଖଣ୍ଡିଗାଁରେ ରବିବାର ବିଳମ୍ବିତ ରାତିରେ ଡିଜେର ଉଚ୍ଚ ଶବ୍ଦ ଓ ଏକ ଭୋଜି ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ୪ ମହିଳାଙ୍କ ସମେତ ଉକ୍ତ ଗାଁର ୧୦ଜଣ ଆହତ ହୋଇଛନ୍ତି।

୧ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ପରସ୍ପର ଆକ୍ରମଣରେ ପ୍ରାୟ ସମସ୍ତଙ୍କର ମୁଣ୍ଡ ଫାଟି ଥିବା ଜଣାଯାଇଛି। ରାତି ଅଧରେ ଉଚ୍ଚ ଶବ୍ଦରେ ଡିଜେ ବଜାଇବାକୁ ବାରଣ କରିବାରୁ ଆରମ୍ଭ ହୋଇଥିଲା ବଚସା। ପରେ ଦଳିତ ଓ ସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବା ସହ ତାହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏହି ସଂଘର୍ଷ ଘଟଣା ପରେ ଉକ୍ତ ଗାଁରେ ୧ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆହତମାନେ ପିପିଲି ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି। ଏହାକୁ ନେଇ ଖଣ୍ଡିଗାଁରେ ଉତ୍ତେଜନା ଲାଗି ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button