ରାଜ୍ୟ

Prez & PM’s visit ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ, ଗୃହ ବିଭାଗର ସୁରକ୍ଷା ଅନୁଧ୍ୟାନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୯-୨୦ ଜୁନ୍‌ ରାଇରଙ୍ଗପୁର ଗସ୍ତ ପୂର୍ବରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୨ଟି ହେଲିକପ୍ଟର ଅବତରଣ ସହ ଭିଭିଆଇପି ରୁଟ୍‌ ଓ ସଭାସ୍ଥଳର ଅନୁଧ୍ୟାନ କରିଛନ୍ତି ଅଧିକାରୀମାନେ।

ମୋଟ ୧୨ ଟି ହେଲିକେପଟର ଅବତରଣ କରିବ

ରାଇରଙ୍ଗପୁର/ବାଦାମପାହାଡ: ଆସନ୍ତା ୧୯ ଓ ୨୦ ତାରିଖରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଆଜି ଓଡ଼ିଶା ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀମାନେ ରାଇରଙ୍ଗପୁର ଅଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି।

ମିଳିଥିବା ସୂଚନାନୁସାରେ, ଭିଭିଆଇପି ରୁଟ୍‌, ସଭାସ୍ଥଳ ଓ ହେଲିପ୍ୟାଡ଼ ଅଞ୍ଚଳର ନିରୀକ୍ଷଣ କରାଯାଇଛି। ସର୍ବମୋଟ ୧୨ ଟି ହେଲିକେପଟର ୩ ଟି ଭିନ୍ନ ଭିନ୍ନ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବ ବୋଲି ସୂଚନା ମିଳିଛି। ଏଥିପାଇଁ ଦାଣ୍ଡବଷ ଏଆର ଷ୍ଟ୍ରିପ, ଏସ୍‌ଏଲଏସ୍‌ ବିଦ୍ୟାଳୟ, ଦିଘିଆବେଡା ଫୁଟବଲ ପଡିଆ ସମେତ ଅନେକ ସ୍ଥାନ ନିରୀକ୍ଷଣ କରିଛନ୍ତି।

PM and president tour1

ସୁରକ୍ଷା ଓ ଟ୍ରାଫିକ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସ୍ଥିତି ପରଖିଛନ୍ତି। ରାଇରଙ୍ଗପୁର ସହର ଓ ସଭାସ୍ଥଳ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାର ସୂଚନା ମିଳିଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସୁରକ୍ଷା ବ୍ୟବସ୍ଥା କଠୋର ଓ ଅଭେଦ୍ୟ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଆଜିର  ଗସ୍ତରେ କ୍ରାଇମ୍ ବ୍ରାଞ୍ଚ ଡିଜି ବିନୋୟତୋଷ ମିଶ୍ର, ଗୁଇନ୍ଦା ଆଇଜି ଜୟ ନାରାୟଣ ପଙ୍କଜ, ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ରାହୁଲ ଗୋୱେଲ, ମୟୂରଭଞ୍ଜ ଏସ୍‌ପି ବରୁଣ ଗୁଣ୍ଟୁପଲ୍ଲୀ, ଏଏସ୍‌ପି ଯଦୁନାଥ ଜେନା, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ସମେତ ସ୍ଥାନୀୟ ପ୍ରଶାସନିକ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

PM and president tour

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button