ରାଜ୍ୟ

Ravenshaw university: ଧାରଣାରେ ବସିଲେ ରେଭେନ୍ସା ଅଧ୍ୟାପକ: ଆଲୋଚନା ନ ହେବା ଯାଏଁ ଜାରି ରହିବ ଆନ୍ଦୋଳନ

ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା)ର ୮୦ରୁ ଅଧିକ ସଦସ୍ୟ ଆଜି ସମୂହ ଛୁଟିରେ ଯିବା ସହ କଳାବ୍ୟାଜ୍‌ ପିନ୍ଧି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ରେଭେନ୍ସା କୁଳପତି...

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା)ର ୮୦ରୁ ଅଧିକ ସଦସ୍ୟ ଆଜି ସମୂହ ଛୁଟିରେ ଯିବା ସହ କଳାବ୍ୟାଜ୍‌ ପିନ୍ଧି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ରେଭେନ୍ସା କୁଳପତି ଯେ ପର୍ଯ୍ୟନ୍ତ ରୁଟାର ଦାବି ଓ ଆବେଦନ ଉପରେ ଆଲୋଚନା କରିବାକୁ ନ ଆସିଛନ୍ତି ସେପର୍ଯ୍ୟନ୍ତ ସଂଘର ସଦସ୍ୟ କଳାବ୍ୟାଜ୍‌ ପିନ୍ଧି ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରଖିବେ ବୋଲି ରୁଟା ପକ୍ଷରୁ କୁହାଯାଇଛି। ରେଭେନ୍ସାର ଆଭ୍ୟନ୍ତରୀଣ ମାମଲାରେ ବାହ୍ୟ ହସ୍ତକ୍ଷେପକୁ ରୋକିବା, ହଷ୍ଟେଲ ପରିଚାଳନା ପାଇଁ ଗଠନ ହୋଇଥିବା ନୂଆ କମିଟି ବଦଳରେ ପୁରୁଣା କମିଟିକୁ ଦାୟିତ୍ବ ଦେବା ପାଇଁ ରୁଟାର ଦାବିକୁ କର୍ତ୍ତୃପକ୍ଷ ଅଗ୍ରାହ୍ୟ କରିଛନ୍ତି। ଏ ନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ଗତ ୧୨ ଦିନ ଧରି କୁଳପତିଙ୍କୁ ଚିଠି କରି ରୁଟା ସମୟ ମାଗିଥିଲା। ହେଲେ ସମୟ ନ ମିଳିବା ଘଟଣାକୁ ବିରୋଧ କରି ଆଜି ସକାଳ ୧୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରେଭେନ୍ସାର ୮୦ରୁ ଅଧିକ ଅଧ୍ୟାପକ, ଅଧ୍ୟାପିକା ଧାରଣା ଦେଇଥିବାବେଳେ ସେମାନଙ୍କୁ ସାକ୍ଷାତ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆସିନଥିଲେ। ‌ଫଳରେ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

ରୁଟା ପକ୍ଷରୁ କୁହାଯାଇଛି ଯେ ରେଭେନ୍ସା କର୍ତ୍ତୃପକ୍ଷ ବାହ୍ୟ ଶକ୍ତିର ଚାପରେ ବିଶ୍ବବିଦ୍ୟାଳୟ ହଷ୍ଟେଲ ପରିଚାଳନା ପାଇଁ ଏକ ନୂଆ କମିଟି ଗଠନ କଲେ। ମାତ୍ର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମ୍ମାନର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ କି ମୁହଁ ଖୋଲିଲେ ନାହିଁ। ବିଶ୍ବବିଦ୍ୟାଳୟର ଚିଫ୍‌ ୱାର୍ଡେନଙ୍କୁ ସଦର ବିଧାୟକ ଅପମାନିତ କଲେ। ଏହାକୁ ରେଭେନ୍ସା କର୍ତ୍ତୃପକ୍ଷ ବିରୋଧ କରିବା ବଦଳରେ ଚିଫ୍‌ ୱାର୍ଡେନଙ୍କୁ ବଦଳାଇ ହଷ୍ଟେଲ ପରିଚାଳନା ପାଇଁ ନୂଆ କମିଟି ଗଠନ କରିବା ନ୍ୟାୟସଙ୍ଗତ ନୁହେଁ ବୋଲି ରୁଟା ଅଭିଯୋଗ କରିଛି। ଏସବୁ ପ୍ରସଙ୍ଗରେ କୁଳପତିଙ୍କ ସହ ଆଲୋଚନା କରିବାକୁ ସମୟ ମଗାଯାଇଥିବା ବେଳେ ରୁଟାର ସଦସ୍ୟଙ୍କୁ କୁଳପତି ସମୟ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button