ରାଜ୍ୟ

Sambalpur Accident: ଅଟୋକୁ ପିଟିଲା ସଫାରୀ ଗାଡ଼ି, ଚାଲିଗଲା ବାପ-ଝିଅଙ୍କ ଜୀବନ

ସମ୍ବଲପୁର ୧୧।୦୬ : ଦୁର୍ଘଟଣାରେ ବାପ-ଝିଅ ମୃତ । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଶଙ୍କର ମଠ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ପିଟିଲା ସଫାରୀ ଗାଡି , ଦୁର୍ଘଟଣା ପରେ ସଫାରୀଟି ଓଲଟି ପଡ଼ି ବନ୍ଧ ଭିତରେ ଖସି ପଡିଥିଲା l ଅଟୋରେ ଥିବା ବାପ ଝିଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି l

ତେବେ ବିଳମ୍ବିତ ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ମୃତକ ମାନେ ହେଲେ ସମ୍ବଲପୁର ଧନୁପାଲିର ୩୫ ବର୍ଷୀୟ ସୁରେନ୍ଦ୍ର ବେହେରା ଓ ତାଙ୍କ ୫ ବର୍ଷୀୟ ଝିଅ ଶୁଭଶ୍ରୀ ବେହେରା। ସୁରେନ୍ଦ୍ର ନିଜ ଅଟୋରେ ଝିଅକୁ ନେଇ ଘରକୁ ଫେରଥିଲେ। ଏହି ସମୟରେ ଶଙ୍କର ମଠ ପାଖରେ ଥିବା ରାସ୍ତା କଡ଼ ଏକ ଦୋକାନ ସାମ୍ନାରେ ଅଟୋ ଛିଡା କରିଥିଲେ । ତେବେ ପଛ ପଟୁ ଏକ ସଫାରୀ ଗାଡି ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ଅଟୋଟି ଚୁରମାର ହେବା ସହ ବାପ ଝିଅଙ୍କ ମୃତ୍ୟୁ ହୋଇଛି । ଅଟୋକୁ ଧକ୍କା ଦେବା ପରେ ସଫାରୀ ଗାଡି ପୋଖରୀ ଭିତରକୁ ପଶି ଯାଇଛି । ଏହା ସହ ସଫାରୀ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button