ରାଜ୍ୟ

SEBC commission established ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ପାଇଁ ଗଠନ ହେଲା କମିସନ

ଓଡ଼ିଶାର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ପାଇଁ ନୂଆ କମିସନ ଗଠିତ ହୋଇଛି। ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ପ୍ରମଥ ପଟ୍ଟନାୟକ ଅଧ୍ୟକ୍ଷ ହୋଇଛନ୍ତି। ସ୍ୱାୟତ୍ତ ଶାସନ ସଂସ୍ଥା ଅଞ୍ଚଳରେ ସେମାନଙ୍କ ସଂଖ୍ୟାର ଅନୁପାତ, ରାଜନୈତିକ ପ୍ରତିନିଧିତ୍ୱ ଓ ରାଜନୈତିକ ଭାବେ ସେମାନେ କେତେ ପଛୁଆ, ସେ ସମ୍ପର୍କରେ ଅନୁଧ୍ୟାନ କରିବ କମିଶନ।

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ଜଜ୍ ପ୍ରମଥ ପଟ୍ଟନାୟକଙ୍କ ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି କମିସନ ଏବଂ ମହିଳା କମିସନ ଭଳି ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (ଏସ୍‌ଇବିସି)ଙ୍କ ପାଇଁ କମିସନ ଗଠିତ ହୋଇଛି। ଏଥିରେ ପ୍ରଥମ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ଜଜ୍ ପ୍ରମଥ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଥମଚରଣରେ କମିସନ, ସ୍ୱାୟତ୍ତ ଶାସନ ସଂସ୍ଥା (ପଞ୍ଚାୟତ ଓ ପୌରାଞ୍ଚଳ)ରେ ସେମାନଙ୍କ ସଂଖ୍ୟାର ଅନୁପାତ, ରାଜନୈତିକ ପ୍ରତିନିଧିତ୍ୱ ଓ ରାଜନୈତିକ ଭାବେ ସେମାନେ କେତେ ପଛୁଆ, ସେ ସମ୍ପର୍କରେ ଅନୁଧ୍ୟାନ କରିବେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଆଜି (ବୁଧବାର) ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ ଏହି କମିଶନର ଅଧ୍ୟକ୍ଷ ଅଛନ୍ତି। ଏଥିସହିତ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ବିଜୟ କୁମାର ପୃଷ୍ଟି ଏହି କମିଶନର ସଦସ୍ୟ ଓ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ର କମିଶନର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button