ରାଜ୍ୟ

Tiger Fear: ବ୍ରାହ୍ମଣୀ ଗାଁରେ ବାଘ ଆତଙ୍କ,ଗୁହାଳରୁ ବାଛୁରୀକୁ ଝାମ୍ପିନେଇ ଖାଇଲା

ନୂଆପଡ଼ା,୨୦/୧୧: ନୂଆପଡ଼ା ରେଞ୍ଜ ଆମାନାରା ସେକ୍ସନ ବ୍ରାହ୍ମଣୀ ଗାଁରେ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ରାତିରେ ଗାଁର ଦେଓଲାଲ ଗାଈ ଓ ବାଛୁରୀକୁ ଗୁହାଳରେ ବାନ୍ଧିଥିଲେ । ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରୁ ଏକ କଲରାପତରିଆ ବାଘ ଆସି ଗାଁକୁ ପଶି ଯାଇଥିଲା । ଦେଓଲାଲଙ୍କ ଗୁହାଳରୁ ଏକ ବାଛୁରୀକୁ ଜଙ୍ଗଲକୁ ଟେକି ନେଇଥିଲା । ସେଠି ବାଘ ବାଛୁରୀକୁ ଶିକାର କରି ଖାଇବା ସହ ଦେହବା ଶେଷକୁ ଛାଡ଼ି ଜଙ୍ଗଲକୁ ଚାଲି ଯାଇଥିଲା ।

ପରିବାର ଲୋକେ ଉଠି ଗୁହାଳକୁ ଦେଖିବାବଳେ ବାଛୁରୀ ନଥିଲା । ପରେ ବହୁ ଖୋଜାଖୋଜି କରିବାରୁ ଅଧା କିମି ଦୂର ଜଙ୍ଗଲରେ ବାଛୁରୀର ମୃତଦେହ ପଡ଼ିଥିଲା । ପୂର୍ବାହ୍ନରେ ନୂଆପଡ଼ା ବନବିଭାଗ କର୍ମଚାରୀ ପହଞ୍ଚିଥିଲେ । ବାଛୁରୀ ଶିକାରର ପାରିପାର୍ଶ୍ୱିକ ସ୍ଥିତି ଓ ପାଦଚିହ୍ନରୁ କଲରାପତରିଆ ବାଘ ବୋଲି ବନବିଭାଗ ଓ ଗାଁ ଲୋକେ ସନ୍ଦେହ କରିଥିଲେ । ବାଘ ଆକ୍ରମଣରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ୨୪ଘଣ୍ଟିଆ ପାଟ୍ରୋଲିଂ କରୁଛି । ଏହି କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ନିୟମ ମୁତାବକ ଅନୁକମ୍ପା ସହାୟତା ରାଶି ଯୋଗାଇଦେବାକୁ ଖଡ଼ିଆଳ ଡ଼ିଏଫଓ ଅଜିଜ ଖାନ ପ୍ରତିଶ୍ରୁତି ଦେଇଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button