ରାଜ୍ୟ

Cyclone Breaking: ବାତ୍ୟା ‘ଅକଭାନ୍‌’ ମୁକାବିଲା ନେଇ ସ୍ୱତନ୍ତ୍ର ନିର୍ଦ୍ଦେଶ ଅବମାନନା ଅଭିଯୋଗ, ୩ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ବେଗୁନିଆ,୨୦/୧୧: ବାତ୍ୟା ‘ଅକଭାନ୍’କୁ ନେଇ ବେଗୁନିଆ ବ୍ଲକ ଶିକ୍ଷା ବିଭାଗରେ ଗୁରୁବାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସ୍ୱତନ୍ତ୍ର ଆଦେଶକୁ ଅବମାନନା ତଥା ଦାୟିତ୍ୱରେ ଅବହେଳା ଅଭିଯୋଗରେ ବ୍ଲକର ୩ଟି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସିମୋର ସ୍ଥିତ ସରକାରୀ କୁଞ୍ଜବିହାରୀ ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଗଁପୁର-କଣ୍ଟାମଳିମ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ କାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଏ ନେଇ ଆସନ୍ତା ୩ ଦିନ ମଧ୍ୟରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଉତ୍ତର ରଖିବେ ବୋଲି ଉଲ୍ଲେଖ ରହିଛି ।

ସୂଚନା ଥାଉକି ଓଡିଶା ମୁହାଁ ବାତ୍ୟା ‘ଅକଭାନ’କୁ ମୁକାବିଲା କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ଓ ବ୍ଲକ ପ୍ରଶାସନ ସଭିଏଁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆଦେଶନାମା ଅନୁସାରେ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ୧୯ ଓ ୨୦ ଛୁଟି ଘୋଷଣା କରାଯାଇଛି । ହେଲେ ସମସ୍ତ ବିଦ୍ୟାଳୟରେ ୨୪ ଘଣ୍ଟିଆ ରୋଷ୍ଟର ଡ୍ୟୁଟି ସହିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସରକାରୀ ଧାର୍ଯ୍ୟ ସମୟ ସୀମା ଭିତରେ ଦାୟିତ୍ୱ ନିର୍ବାହ କରିବେ ବୋଲି ଅବଗତ କରାଯାଇଛି । ମାତ୍ର ବ୍ଲକ ସ୍ତରରେ ଗଠିତ ହୋଇଥିବା ଟିମ ଗୁରୁବାର ସକାଳେ ଅନୁଧ୍ୟାନ କରିବା ସମୟରେ ଉକ୍ତ ୩ ବିଦ୍ୟାଳୟରେ ବ୍ୟତିକ୍ରମ ଦେଖିବାକୁ ପାଇଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button