Shankar Singh Vaghela: କଂଗ୍ରେସକୁ ଫେରିବେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବାଘେଲା
କଂଗ୍ରେସକୁ ଫେରିପାରନ୍ତି ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା। ଦଳୀୟ ସୂତ୍ର ଅନୁଯାୟୀ, ୮୬ ବର୍ଷୀୟ ବାଘେଲା କଂଗ୍ରେସକୁ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗୁଜରାଟ କଂଗ୍ରେସର ରାଜ୍ୟ ଶାଖା ଏଥିପାଇଁ ସବୁଜ ସଙ୍କେତ ଦେଇସାରିଛି।

ଗାନ୍ଧୀନଗର:କଂଗ୍ରେସକୁ ଫେରିପାରନ୍ତି ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା। ଦଳୀୟ ସୂତ୍ର ଅନୁଯାୟୀ, ୮୬ ବର୍ଷୀୟ ବାଘେଲା କଂଗ୍ରେସକୁ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗୁଜରାଟ କଂଗ୍ରେସର ରାଜ୍ୟ ଶାଖା ଏଥିପାଇଁ ସବୁଜ ସଙ୍କେତ ଦେଇସାରିଛି। ତେବେ ଦଳର କେନ୍ଦ୍ରୀୟ କମାଣ୍ଡଙ୍କ ସ୍ବୀକୃତିକୁ ଅପେକ୍ଷା କରାଯାଇଛି।
ଷ୍ଟାର ପ୍ରଚାରକ ଭାବରେ ନିୟୋଜିତ କରିବାକୁ ଯୋଜନା
ଗୁଜରାଟ କଂଗ୍ରେସ ୟୁନିଟ୍ ଚାହୁଁଛି ଯେ, ବାଘେଲା ଦଳରେ ଯଥାଶୀଘ୍ର ଯୋଗ ଦିଅନ୍ତୁ, ସ୍ଥାନୀୟ ନେତାମାନେ ତାଙ୍କୁ ଆଗାମୀ ଗାନ୍ଧୀନଗର ନଗର ନିଗମ ନିର୍ବାଚନ ପାଇଁ ଜଣେ ଷ୍ଟାର ପ୍ରଚାରକ ଭାବରେ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି। ତେବେ ବରିଷ୍ଠ କଂଗ୍ରେସ ନେତା ଶକ୍ତିସିଂହ ଗୋହିଲ କହିଛନ୍ତି, ଏ ସମ୍ପର୍କରେ ସମସ୍ତଙ୍କୁ ଉପଯୁକ୍ତ ସମୟରେ ଉତ୍ତର ମିଳିବ। ବାଘେଲାଙ୍କର ଗୁଜରାଟ ରାଜନୀତିରେ ଲମ୍ବା ଇତିହାସ ରହିଛି। ସେ ଜନସଂଘ ନେତା ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ କେଶୁଭାଇ ପଟେଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମିଶି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସ୍ଥିତି ମଜଭୁତ କରିଥିଲେ। ଆଭ୍ୟନ୍ତରୀଣ ମତଭେଦ ପରେ ବାଘେଲା ୧୯୯୬ ମସିହାରେ ବିଜେପିରୁ ଅଲଗା ହୋଇ ନିଜର ଦଳ ରାଷ୍ଟ୍ରୀୟ ଜନତା ପାର୍ଟି ଗଠନ କରିଥିଲେ। କଂଗ୍ରେସ ସମର୍ଥନରେ ୧୯୯୬ରୁ ୧୯୯୭ ମସିହା ପର୍ଯ୍ୟନ୍ତ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ।
ସୌଜନ୍ୟ ସମ୍ବାଦ




