ରାଜ୍ୟ

Shree Gundicha Temple: ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର, ୩ ଦିନ ଯାଏଁ ମାଗଣା ଦର୍ଶନ

ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର। ଆଜି ସକାଳେ ଏଥିଲାଗି ଶ୍ରୀଗୁଣ୍ଡିଚା ମନ୍ଦିରଙ୍କ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଆଜିଠାରୁ ୩ ଦିନ ଯାଏ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ ଲାଗି କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ପୁରୀ: ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର। ଆଜି ସକାଳେ ଏଥିଲାଗି ଶ୍ରୀଗୁଣ୍ଡିଚା ମନ୍ଦିରଙ୍କ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଆଜିଠାରୁ ୩ ଦିନ ଯାଏ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ ଲାଗି କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।  ତାପରେ ଭକ୍ତଙ୍କ ପିଛା ଟିକେଟ୍‌ର ମୂଲ୍ୟ ୧୦ ଟଙ୍କା ରହିବ। ୫ ବର୍ଷରୁ କମ୍ ଓ ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରବେଶ ଦେୟମୁକ୍ତ ରହିବ।ଦୀର୍ଘ ୬ ବର୍ଷ ବନ୍ଦ ରହିବା ପରେ ଏହାକୁ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। କିଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଗୁଣ୍ଡିଚା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button