ଦେଶ ବିଦେଶ

SIR Scam: ଏସ୍‌ଆଇଆର୍‌ କେଳେଙ୍କାରୀ: କାଠଗଡ଼ାରେ ସିଇସି, ଜ୍ଞାନେଶଙ୍କ ବିରୋଧରେ ଆବେଦନ

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ନେଇ ଦାଖଲ ଏକ ଆବେଦନର ଆସନ୍ତା ସପ୍ତାହରେ ଶୁଣାଣି...

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ନେଇ ଦାଖଲ ଏକ ଆବେଦନର ଆସନ୍ତା ସପ୍ତାହରେ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ରାଜି ହୋଇଛନ୍ତି। ଏହି ଆବେଦନରେ ଜ୍ଞାନେଶ କୁମାର ଏକକ ଭାବେ ନିର୍ବାଚନ କମିସନଙ୍କ କ୍ଷମତା ପ୍ରୟୋଗ କରୁଥିବା ଅଭିଯୋଗ ଉଠାଯାଇଛି ଏବଂ ତାଙ୍କୁ ପଦରୁ ହଟାଇବାକୁ ମଧ୍ୟ ଅନୁରୋଧ କରାଯାଇଛି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠରେ ମଙ୍ଗଳବାର ଏହି ମାମଲା ଉପସ୍ଥାପନ କରିଥିଲେ ବରିଷ୍ଠ ଆଇନଜୀବୀ ବିକାଶ ସିଂହ। ସେ କହିଥିଲେ, ବହୁ ସଦସ୍ୟ ବିଶିଷ୍ଟ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ସର୍ବସମ୍ମତିରେ କିମ୍ବା ମତଭେଦ ହେଲେ ସଂଖ୍ୟାଗରିଷ୍ଠତା ଆଧାରରେ ହେବା ଲାଗି ଆଇନର ବ୍ୟବସ୍ଥା ରହିଛି। କିନ୍ତୁ ଗତ କିଛି ମାସରେ କମିସନ କିଭଳି କାର୍ଯ୍ୟ କରିଛି, ତାହାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଏହାପରେ ପ୍ରଧାନ ବିଚାରପତି ଆସନ୍ତା ସପ୍ତାହରେ ମାମଲାଟି ତାଲିକାଭୁକ୍ତ କରାଯିବ ବୋଲି କହିଥିଲେ।
ପାଟନାର ରାକେଶ କୁମାର ସିଂହଙ୍କ ପକ୍ଷରୁ ଏହି ଆବେଦନ ଦାଖଲ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button