ରାଜ୍ୟ

Snake: ସାପ ନେଉଛି ଜୀବନ: ଦଶବର୍ଷରେ ୬୩୫ ଜଣଙ୍କ ପ୍ରାଣହାନି

ଖଣିଖାଦାନ, ଜଙ୍ଗଲ ଓ ପାହାଡ଼ ପାଇଁ ପରିଚିତ କେନ୍ଦୁଝର ଜିଲ୍ଲାରେ ସର୍ପାଘାତଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଗତ ୧୦ ବର୍ଷରେ ଜିଲ୍ଲାରେ ସାପକାମୁଡ଼ାରେ ୬୩୫ ଜଣଙ୍କ ଜୀବନ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।

କେନ୍ଦୁଝର: ଖଣିଖାଦାନ, ଜଙ୍ଗଲ ଓ ପାହାଡ଼ ପାଇଁ ପରିଚିତ କେନ୍ଦୁଝର ଜିଲ୍ଲାରେ ସର୍ପାଘାତଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଗତ ୧୦ ବର୍ଷରେ ଜିଲ୍ଲାରେ ସାପକାମୁଡ଼ାରେ ୬୩୫ ଜଣଙ୍କ ଜୀବନ ଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ବିଶେଷ କରି ବର୍ଷାଦିନେ ସର୍ପାଘାତ ବିପଦ ଭୟଙ୍କର ହେଉଛି। ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାର, ଚାଷୀ ଓ ଦୁର୍ଗମ ଅଞ୍ଚଳର ବାସିନ୍ଦାମାନେ ଏହି ବିପଦର ସମ୍ମୁଖୀନ ହେଉଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୫-୧୬ରେ ୫୫ ଜଣଙ୍କ ଜୀବନ ନେଇଥିଲା ସାପ। ୨୦୧୬-୧୭ରେ ୪୮, ୨୦୧୭-୧୮ରେ ୫୬, ୨୦୧୮-୧୯ରେ ୭୦ ଓ ୨୦୧୯-୨୦ରେ ସର୍ବାଧିକ ୭୫ ଜଣ ସର୍ପଦଂଶନରେ ପ୍ରାଣ ହରାଇଥିଲେ। ୨୦୨୦-୨୧ରେ ୭୨, ୨୦୨୧-୨୨ରେ ୭୦, ୨୦୨୨-୨୩ରେ ୭୫, ୨୦୨୩-୨୪ରେ ୫୬ ଓ ୨୦୨୪-୨୫ରେ ୫୯ ଜଣଙ୍କର ମୃତ୍ୟୁ ଘଟିଛି। ସାପ କାମୁଡ଼ିଲେ ଜୀବନ ବଞ୍ଚାଇବା ପାଇଁ ସମୟ ହିଁ ସବୁଠୁ ବଡ଼ ଅସ୍ତ୍ର। ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ସହ ଜୀବନରକ୍ଷାକାରୀ ‘ଆଣ୍ଟିସ୍ନେକ୍ ଭେନମ୍‌’ ଇଞ୍ଜେକ୍‌ସନ୍ ବ୍ୟବସ୍ଥା ରହିଛି। ତଥାପି ଅନେକ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟୁଛି ଦେଶୀ ଚିକିତ୍ସା। କେଉଁଠି ଝଡ଼ାଫୁଙ୍କା ତ ଆଉ କେଉଁଠି ସାପ କାମୁଡ଼ା ରୋଗୀଙ୍କୁ ଗୋବରଗାଡ଼ିଆରେ ପକାଇ ରଖିବା ଭଳି ଅନ୍ଧବିଶ୍ୱାସର ଆଶ୍ରୟ ନିଆଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button