ଭାରତ ୨୦୭୦ ସୁଦ୍ଧା ସବୁଜଗୃହ ବାଷ୍ପ ନିର୍ଗମନକୁ ଶୂନ କରିବା ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ୨୦୩୦ ସୁଦ୍ଧା ୩୪ ଲକ୍ଷ ଏବଂ ୨୦୪୭ ସୁଦ୍ଧା ସାଢ଼େ ତିନି କୋଟି ସବୁଜ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଦେଶର ନାଗରିକମାନେ ଦ୍ରୁତ ଗତିରେ ଉଷ୍ମ ହେଉଥିବା ପରିବେଶ ସହ ଖାପଖୁଆଇ ନବସୃଜନ ଓ ପରିେବଶ ଅନୁକୂଳ କାର୍ଯ୍ୟ କରିବା ପାଇଁ କେତେ ପ୍ରସ୍ତୁତ, ତାହା ଉପରେ ହିଁ ଦେଶର ସ୍ୱଚ୍ଛ-ଶକ୍ତି ଗ୍ରହଣୀୟତା ନିର୍ଭର କରୁଛି। ସେହି ପ୍ରସ୍ତୁତି ଜଳବାୟୁ ଶିକ୍ଷା ଉପରେ ନିର୍ଭର କରେ। ଜଳବାୟୁ ସାକ୍ଷରତା ବିନା ଭାରତର ଜନସଂଖ୍ୟାଗତ ଲାଭ ଏବଂ ସବୁଜ ମହତ୍ବାକାଂକ୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

