ରାଜ୍ୟ

Subhadra Scheme: ନବରଂଗପୁରରେ ସୁଭୁଦ୍ରାରୁ ବାଦ୍ ପଡିଲେ ୧୦,୭୨୯ ହିତାଧିକାରୀ

ନବରଙ୍ଗପୁର (ସୁରେଶ ନାଇଡୁ): ନୂଆ ସରକାର ଆସିବା ପରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଛି ‘ସୁଭଦ୍ରା’ ଯୋଜନା। ବର୍ଷକରେ ୫ହଜାର ଲେଖାଏଁ ଦୁଇଟି କିସ୍ତି। ସରକାର ଆସିବା ଦୁଇ ବର୍ଷ ହୋଇଥିବାରୁ ଚତୁର୍ଥ କିସ୍ତି ବିତରଣ ସରିଛି। ଚତୁର୍ଥ କିସ୍ତିରେ ଜିଲ୍ଲାରେ ୧୦ହଜାର,୭୨୯ଜଣ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି।

ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୩,୪୨,୨୨୬ଟି ଆବେଦନପତ୍ର ଆସିଥିବା କେୱାଇସି ଅପଟୁଡେଟ୍ ୩,୩୧,୨୨୫ଜଣଙ୍କର ହୋଇଥିଲା। ଏଥିରୁ ୩,୦୪,୮୫୩ ହିତାଧିକାରୀ ଅନୁମୋଦିତ ହୋଇ ସୁଭୁଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ ହୋଇଥିଲେ। ଯାଂଚରେ ୧୦,୭୨୯ଟି ଖାରଜ ହୋଇଥିବା ବେଳେ ୩.୦୩,୯୩୦ହିତାଧିକାରୀ କିସ୍ତି ଟଙ୍କା ପାଇଛନ୍ତି। କେୱାଇସି ଯାଂଚ ପରେ ୨୬,୩୭୨ଜଣ ପାଇବାକୁ ଅପେକ୍ଷାରେ ରହିଥିବା କହିଛନ୍ତି ଜିଲ୍ଲା ସୁଭୁଦ୍ରା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ବିଶ୍ବଜିତ ମହାନ୍ତି।

ପ୍ରଥମ ପର୍ଯ୍ୟାୟରେ ୩,୨୬,୨୦୨ଟି ଆବେଦନପତ୍ର ଆସିଥିବା ବେଳେ ଯାଂଚରେ  ୨୨,୩୨୩ଟି ଖାରଜ, ୩.୦୩,୮୭୯ହିତାଧିକାରୀ ପ୍ରଥମ କିସ୍ତି ପାଇଥିଲେ। ଦ୍ବିତୀୟ କିସ୍ତିରେ ପୁଣି ୧୯୩୩ଜଣ ଖାରଜ ହେବା ପରେ ୩,୦୧,୯୪୬ହିତାଧିକାରୀ ଏହି ଲାଭ ପାଇଥିଲେ। ତୃତୀୟକିସ୍ତି ୧୬,୨୪୧ଖାରଜ ହେବା ପରେ ୨,୮୫,୭୦୫ହିତାଧିକାରୀ ଲାଭାନ୍ବୀତ ହୋଇଥିବା ଜିଲ୍ଲା ସମାଜ କଲ୍ୟାଣ ବିଭାଗରୁ ସୂଚନା ମିଳିଛି।

ଚନ୍ଦାହାଣ୍ଡି ବ୍ଲକରେ ୬୯୫ଜଣଙ୍କର ଖାରଜ ହେବା ପରେ ୧୮୪୨୬ ଜଣ ହିତାଧିକାରୀ ଚତୁର୍ଥ କିସ୍ତି ଟଙ୍କା ବ୍ୟାଙ୍କରେ ଡିବିଟି ମାଧ୍ୟମରେ ଜମା ହୋଇଛି। ଡାବୁଗାଁ ବ୍ଲକରେ ୪୬୩ଖାରଜ ଓ ପାଇଛନ୍ତି ୧୬,୯୨୯ ,ଝରିଗାଁ ବ୍ଲକରେ ୧୧୩୯ଖାରଜ ଓ ପାଇଛନ୍ତି ୩୭,୭୪୫ ,କୋଷାଗୁମୁଡା ବ୍ଲକରେ ଖାରଜ୧୨୮୨ଓ ପାଇଛନ୍ତି ୩୯,୮୧୩, ନବରଙ୍ଗପୁର ବ୍ଲକରେ ଖାରଜ ୬୭୪ ଓ ପାଇଛନ୍ତି ୧୯,୭୪୩,  ନନ୍ଦାହାଣ୍ଡି ବ୍ଳକରେ ଖାରଜ ୬୯୮ଓ ପାଇଛନ୍ତି୧୫,୨୪୮, ପାପଡାହାଣ୍ଡି ବ୍ଳକରେ ଖାରଜ ୯୮୦ଓ ପାଇଛନ୍ତି୩୫,୧୩୯, ରାଇଘର ବ୍ଲକରେ ଖରାଜ ୧୭୩୩ଓ ପାଇଛନ୍ତି ୪୪,୭୩୪,ତେନ୍ତୁଳିଖୁଣ୍ଟି ବ୍ଳକରେ ଖାରଜ ୭୩୩ଓ ପାଇଛନ୍ତି ୨୧,୪୨୪,ଉମରକୋଟ ବ୍ଳକରେ ଖାରଜ ୧୪୧୬ଓ ପାଇଛନ୍ତି ୪୨,୯୭୬, ଉମରକୋଟ ପୌରପାଳିକାରେ ଖାରଜ ୩୩୨ଓପାଇଛନ୍ତି ୬,୩୨୦ଓ ନବରଙ୍ଗପୁର ପୌରପାଳିକାରେ ଖାରଜ ୫୮୪ଓ ୫,୪୩୩ ହିତାଧିକାରୀ ପାଇଛନ୍ତି।

ପ୍ରତ୍ୟେକ କିସ୍ତି ପାଇବା ପରେ କିଛି ମହିଳାଙ୍କ ଆୟ ପ୍ରମାଣ, ଅନ୍ୟାନ୍ୟ ଯାଂଚ ଓ ମୃତ୍ୟୁବରଣ ପରେ  କଟି ତୃତୀୟ କିସ୍ତିରେ ୧୦ହଜାର ୭୨୯ହିତାଧିକାରୀ କଟିଛନ୍ତି ବୋଲି କହିଛନ୍ତି ଜିଲ୍ଲା ସୁଭୁଦ୍ରା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ। କିଛି ମହିଳା ଏହା ଦ୍ବାରା ଆର୍ଥିକସ୍ତରରେ ସଶକ୍ତ ହୋଇ ବ୍ୟବସାୟ ଆଦି କରୁଥିବା ବେଳେ ଆଉ କିଛି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଡିବା ପରେ ମଦୁଆ ସ୍ବାମୀ ମାନେ ପତ୍ନୀଙ୍କ ଅଗୋଚରରେ  ଟଙ୍କା ଉଠାଇ ନେଇଯାଉଥିବା ନାରୀ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି।

 

 

ସୌଜନ୍ୟ ସମ୍ବାଦ

Show More
Back to top button