ରାଜ୍ୟ

Suspected Bomb Blast: ବାଣୀବିହାରରେ ଫୁଟିଲା ବୋମା ! ରାତି ଅଧରେ ପ୍ରଚଣ୍ଡ ଶବ୍ଦ, କ୍ୟାମ୍ପସରେ ହଇଚଇ

ଭୁବନେଶ୍ବର ୧୨/୧୦: ପ୍ରାକ୍ ନିର୍ବାଚନୀ ହିଂସାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଶାନ୍ତ । ବାଣୀବିହାରରେ ବୋମା ଆତଙ୍କ। ଉତ୍କଳ ବିଶ୍ୱବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସ ନିକଟରେ ବୋମାମାଡ଼ ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ପ୍ରବଳ ଶବ୍ଦ ଶୁଣିବାକୁ ମିଳିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ ଏହା ବୋମାମାଡ଼ ନା ବାଣ ଫୁଟିବାର ଶବ୍ଦ, ସେନେଇ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସ୍ରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥି ସହିତ ପିସିଆର ଭ୍ୟାନ୍ ସମ୍ବେଦନଶୀଳ ଜାଗାରେ ପଇଁତରା ମାରୁଛି । ଅନ୍ୟପଟେ ଆଜି ସକାଳୁ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ରବିବାର ଛୁଟି ଥିଲା । ହେଲେ କ୍ୟାମ୍ପସରେ ନିର୍ବାଚନୀ ଉଷ୍ମତା ବଢ଼ିଚାଲିଥିଲା । ସବୁ ଛାତ୍ର ସଂଗଠନର ପ୍ରଚାର ଅଭିଯାନ ହଷ୍ଟେଲମୁହାଁ ହୋଇଥିଲେ । ଏବିଭିପି, ଛାତ୍ର ବିଜେଡି, ଏନଏସ୍ୟୁଆଇର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ସବୁ ହଷ୍ଟେଲ ବୁଲୁଥିଲେ । ଛାତ୍ରୀନିବାସ ନଂ ୬ ଓ ୭ରେ ମୁହାଁମୁହିଁ ହୋଇଥିଲେ ଏବିଭିପି ଓ ଏନ୍ଏସ୍ୟୁଇର ପ୍ରାର୍ଥୀ । ଉଭୟ ଦଳର ପ୍ରାର୍ଥୀମାନଙ୍କୁ ହଷ୍ଟେଲ ଭିତରକୁ ପଶିବାକୁ ବାରଣ କରିଥିଲେ ହଷ୍ଟେଲ କର୍ତ୍ତୃପକ୍ଷ । ଏଥିରେ ୨ ଛାତ୍ରଗୋଷ୍ଠୀ ଭିତରେ ବଚସା ଆରମ୍ଭ ହେଲା । ଛାତ୍ରନେତା ଓ ସମର୍ଥକମାନେ ଅପରପକ୍ଷକୁ ଶୋଧିବାରେ ଲାଗିଲେ । ଉତ୍ତେଜନା ବଢ଼ୁଥିବା ଦେଖି ହଷ୍ଟେଲ କର୍ତ୍ତୃପକ୍ଷ ଉଭୟ ଗୋଷ୍ଠୀଙ୍କୁ ବୁଝାଇବାକୁ ଲାଗିଲେ । କହିଥିଲେ, ‘ହଷ୍ଟେଲ ଅନ୍ତେବାସୀମାନଙ୍କୁ ଆମେ ବାହାରକୁ ଡାକି ଦେଉଛୁ । ହଷ୍ଟେଲ ବାହାରେ ସେମାନଙ୍କ ସହ କଥା ହୋଇଯିବ ।’ କର୍ତ୍ତୃପକ୍ଷଙ୍କ ଏହି ପ୍ରସ୍ତାବକୁ ଉଭୟ ଗୋଷ୍ଠୀ ଗ୍ରହଣ କଲେ ନାହିଁ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button