ରାଜ୍ୟ

Tension on campus: କ୍ୟାମ୍ପସ୍‌ରେ ଉଷ୍ମତା, ଆଜି ନାମାଙ୍କନ

୮ ବର୍ଷ ବ୍ୟବଧାନରେ ହେଉଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ୍‌ରେ ନିର୍ବାଚନୀ ଉଷ୍ମତା ଦେଖାଦେଇଛି। କ୍ୟାମ୍ପସରେ ବିଜ୍ଞପ୍ତି ପରେ ଅକ୍ଟୋବର ୯(ଶୁକ୍ରବାର) ନାମାଙ୍କନପତ୍ର ଦାଖଲ ହେବ। ଆଗ୍ରହୀ ପ୍ରାର୍ଥୀମାନେ ସକାଳ ୧୦ଟାରୁ ଅପରାହ୍ଣ...

ଭୁବନେଶ୍ୱର: ୮ ବର୍ଷ ବ୍ୟବଧାନରେ  ହେଉଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ୍‌ରେ ନିର୍ବାଚନୀ ଉଷ୍ମତା ଦେଖାଦେଇଛି। କ୍ୟାମ୍ପସରେ ବିଜ୍ଞପ୍ତି ପରେ ଅକ୍ଟୋବର ୯(ଶୁକ୍ରବାର) ନାମାଙ୍କନପତ୍ର ଦାଖଲ ହେବ। ଆଗ୍ରହୀ ପ୍ରାର୍ଥୀମାନେ ସକାଳ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିପାରିବେ ଏବଂ ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଯାଞ୍ଚ ହେବ। ସନ୍ଧ୍ୟା ୫ଟାରେ ଉଚ୍ଚ ଶିକ୍ଷାନୁଷ୍ଠାନ ପକ୍ଷରୁ ବୈଧ ନାମାଙ୍କନପତ୍ର ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୦ ସକାଳ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ପ୍ରାର୍ଥୀମାନେ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button