ରାଜ୍ୟ

Tikarpada Nature Camp: ୨ ବର୍ଷ ହେଲା ଟିକରପଡ଼ା ନେଚର୍ କ୍ୟାମ୍ପରେ ତାଲା: ପର୍ଯ୍ୟଟକ ନିରାଶ, ‌ରୋଜଗାର ହରାଇଲେ ସ୍ଥାନୀୟ ଲୋକେ

ରାଜ୍ୟର ପ୍ରମୁଖ ଇକୋ ଟୁରିଜିମ୍‌ କ୍ଷେତ୍ର ମଧ୍ୟରେ ସାତକୋଶିଆ ଅନ୍ୟତମ। ପ୍ରାକୃତିକ ଜୈବ ବିବିଧତା, ଘଡ଼ିଆଳ ପ୍ରଜନନ କେନ୍ଦ୍ର ସହ ମହାନଦୀର ଜଳରାଶି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।

ଅନୁଗୋଳ: ରାଜ୍ୟର ପ୍ରମୁଖ ଇକୋ ଟୁରିଜିମ୍‌ କ୍ଷେତ୍ର ମଧ୍ୟରେ ସାତକୋଶିଆ ଅନ୍ୟତମ। ପ୍ରାକୃତିକ ଜୈବ ବିବିଧତା, ଘଡ଼ିଆଳ ପ୍ରଜନନ କେନ୍ଦ୍ର ସହ ମହାନଦୀର ଜଳରାଶି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ତେବେ, ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ା ଏବେ ଶୂନଶାନ୍‌ ହୋଇପଡ଼ିଛି। ୨ ବର୍ଷ ହେଲା ଉକ୍ତ ନେଚର କ୍ୟାମ୍ପ ବନ୍ଦ ପଡ଼ିଛି। ସୂଚନା ମୁତାବକ, ଅନୁଗୋଳ ଜିଲ୍ଲା ସାତକୋଶିଆକୁ ଦେଶ ତଥା ବିଦେଶରୁ ମଧ୍ୟ ବହୁ ପର୍ଯ୍ୟଟକ ଆସନ୍ତି। ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆର ଟିକରପଡ଼ା, ବାଘମୁଣ୍ଡା, ଛୋଟକେଇ, ତରଭାରେ ନେଚର୍‌ କ୍ୟାମ୍ପ କରାଯାଇଛି। ଏହି କ୍ୟାମ୍ପରେ ପର୍ଯ୍ୟଟକମାନେ ରାତିରେ ରହିବା ସହ ଦିନ ସମୟରେ ମଜା ନେଉଥିଲେ।ଏବେ କିନ୍ତୁ ସେଠାରେ ତାଲା ଝୁଲୁଛି। ୨ ବର୍ଷ ହେଲା ଟିକରପଡ଼ା ନେଚର୍‌ କ୍ୟାମ୍ପ ବନ୍ଦ ପଡ଼ିଥିବା ବେଳେ ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି। କଟେଜ୍ ଭାଙ୍ଗିରୁଜି ଗଲାଣି। ଏହି ନେଚର୍‌ କ୍ୟାମ୍ପରେ ୩ଟି ଏସି ଓ ୧୩ଟି ସାଧାରଣ କଟେଜ୍‌ ରହିଥିବା ବେଳେ ସବୁ ଭୂତକୋଠି ପାଲଟିଛି। ମହାନଦୀ କୂଳରେ ଥିବା ଏହି ନେଚର୍‌ କ୍ୟାମ୍ପ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ ରହିଥାଏ। ଅନ୍‌ଲାଇନ୍‌ରେ ବୁକିଂ କରି ପର୍ଯ୍ୟଟକମାନେ ଏଠାରେ ଭିଡ଼ ଜମାଇଥାନ୍ତି। ଏବେ ପର୍ଯ୍ୟଟକମାନେ ଅନଲାଇନ୍ ବୁକିଂ କରିବା ବେଳେ ଟିକରପଡ଼ା କ୍ୟାମ୍ପ ‘ନଟ୍‌ ଆଭେଲେବଲ’ ଦେଖାଉଛି। ଏହି ନେଚର୍‌ କ୍ୟାମ୍ପ ପରିଚାଳନା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ସେପଟେ ଏହି ନେଚର୍‌ କ୍ୟାମ୍ପ ସ୍ଥାନୀୟ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଥିଲା। ଏହା ବନ୍ଦ ହେବା ପରେ ସ୍ଥାନୀୟ ଲୋକ ରୋଜଗାର ହରାଇଛନ୍ତି। ଏ ସମ୍ପର୍କରେ ଟିକରପଡ଼ା ରେଞ୍ଜର ସୁମନ୍ତ ମହାକୁଡ଼ଙ୍କୁ ପଚାରିବାରୁ ନଭେମ୍ବର ୧୬ ତାରିଖରେ ଉକ୍ତ ନେଚର କ୍ୟାମ୍ପ ଖୋଲିବ ବୋଲି କହିଛନ୍ତି। ସେଠାରେ ୩ଟି ଏସି ଓ ୧୩ଟି ସାଧାରଣ କଟେଜ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ରେଞ୍ଜର କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button