ଦେଶ ବିଦେଶ
Train Incident: ନାଗପୁର-ମୁମ୍ବାଇ ଦୂରନ୍ତୋ ଏକ୍ସପ୍ରେସ୍ ଉପରେ ପଥର ମାଡ଼: କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ
ନାଗପୁରରୁ ମୁମ୍ବାଇ ଯାଉଥିବା ଦୂରନ୍ତୋ ଏକ୍ସପ୍ରେସରେ ପଥର ମାଡ଼ ହୋଇଛି। ଶୁକ୍ରବାର ରାତିରେ ଥାଣେର କସରା ଘାଟ ନିକଟରେ ଟ୍ରେନର ଏସି ୩-ଟାୟାର କୋଚର ଝରକା ଉପରେ ପଥର ଫିଙ୍ଗାଯାଇଥିଲା। ପଥରଟି ଝରକା କାଚ ଭାଙ୍ଗି କୋଚ ଭିତରକୁ ପଶିଯାଇଥିଲା।

ମୁମ୍ବାଇ: ନାଗପୁରରୁ ମୁମ୍ବାଇ ଯାଉଥିବା ଦୂରନ୍ତୋ ଏକ୍ସପ୍ରେସରେ ପଥର ମାଡ଼ ହୋଇଛି। ଶୁକ୍ରବାର ରାତିରେ ଥାଣେର କସରା ଘାଟ ନିକଟରେ ଟ୍ରେନର ଏସି ୩-ଟାୟାର କୋଚର ଝରକା ଉପରେ ପଥର ଫିଙ୍ଗାଯାଇଥିଲା। ପଥରଟି ଝରକା କାଚ ଭାଙ୍ଗି କୋଚ ଭିତରକୁ ପଶିଯାଇଥିଲା। ଏହି ଘଟଣାରେ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।କେନ୍ଦ୍ରୀୟ ରେଳବାଇର ସୂଚନା ଅନୁଯାୟୀ, ଘଟଣା ଶୁକ୍ରବାର ରାତି ପ୍ରାୟ ୮:୩୦ ସମୟରେ କସରା ଘାଟ ନିକଟରେ ଘଟିଥିଲା। ଏହି ଘଟଣା କିଛି ସମୟ ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଘଟଣା ପରେ ରେଳବାଇ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି।
ସୌଜନ୍ୟ ସମ୍ବାଦ




