Vivek’s film: ଢିଲ୍ଲୋଁଙ୍କ ବହିରୁ ବିବେକଙ୍କ ସିନେମା

‘କାଶ୍ମୀର ଫାଇଲ୍‌ସ’ ଫେମ୍‌ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନୂଆ ଫିଲ୍ମ ‘ଅପରେସନ୍ ସିନ୍ଦୂର’ର ଘୋଷଣା କରିଛନ୍ତି। ଲେଫ୍ଟେନାଣ୍ଟ ଜେନେରାଲ୍ କେ.ଜେ.ଏସ୍ ଢିଲ୍ଲୋଁଙ୍କ ଲିଖିତ ‘ଅପରେସନ୍ ସିନ୍ଦୂର: ଦ ଅନଟୋଲ୍ଡ ଷ୍ଟୋରି ଅଫ୍ ଇଣ୍ଡିଆଜ୍‌ ଡିପ୍ ଷ୍ଟ୍ରାଇକ୍‌ସ ଇନ୍‌ସାଇଡ୍ ପାକିସ୍ତାନ’....

‘କାଶ୍ମୀର ଫାଇଲ୍‌ସ’ ଫେମ୍‌ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନୂଆ ଫିଲ୍ମ ‘ଅପରେସନ୍ ସିନ୍ଦୂର’ର ଘୋଷଣା କରିଛନ୍ତି। ଲେଫ୍ଟେନାଣ୍ଟ ଜେନେରାଲ୍ କେ.ଜେ.ଏସ୍ ଢିଲ୍ଲୋଁଙ୍କ ଲିଖିତ ‘ଅପରେସନ୍ ସିନ୍ଦୂର: ଦ ଅନଟୋଲ୍ଡ ଷ୍ଟୋରି ଅଫ୍ ଇଣ୍ଡିଆଜ୍‌ ଡିପ୍ ଷ୍ଟ୍ରାଇକ୍‌ସ ଇନ୍‌ସାଇଡ୍ ପାକିସ୍ତାନ’ ପୁସ୍ତକର ଆଧାରରେ ସିନେମାଟି ନିର୍ମାଣ କରାଯାଇଛି। ଏଥିସହ ଭାରତୀୟ ସେନାର ବିଭିନ୍ନ ଶାଖା ଦ୍ବାରା ପ୍ରଦତ୍ତ ତଥ୍ୟର ଗଭୀର ଅନୁସନ୍ଧାନ ପରେ ହିଁ ଫିଲ୍ମର କାହାଣୀ ଲେଖାଯାଇଛି।

‘ଅପରେସନ୍ ସିନ୍ଦୂର’ର ପ୍ରଯୋଜନାରେ ତାଙ୍କ ସହ ଯୋଡ଼ି ହୋଇଛନ୍ତି ଭୂଷଣ କୁମାର। ଭାରତୀୟ ସେନାର ସାହସିକତା ଓ କାର୍ଯ୍ୟଦକ୍ଷତା ହିଁ ଏଥିରେ ପ୍ରଦର୍ଶିତ ହେବ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ କିଭଳି ଭାବେ ଭାରତୀୟ ସେନା ‘ଅପରେସନ୍‌ ସିନ୍ଦୂର’ ଜରିଆରେ ପାଲଟା ଜବାବ ଦେଇଥି‌ଲା, ତାହା ନିଚ୍ଛକ ଭାବେ ଉପସ୍ଥାପିତ ହେବ।

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି, ‘‘ଏହି ଫିଲ୍ମ ସଂପୂର୍ଣ୍ଣ ଭାବେ ସତ୍ୟ ଘଟଣା ଆଧାରିତ। ଦର୍ଶକ ଏଥିରେ ଉଭୟ ଆକ୍ସନ୍ ଓ ଦେଶଭକ୍ତିର ମିଶ୍ରଣ ଦେଖିବାକୁ ପାଇବେ।’’ ଭୂଷଣ କୁମାର ବି ସିନେମା ସଂପର୍କରେ ନିଜର ମତ ରଖି କହିଛନ୍ତି, ‘‘କିଛି କାହାଣୀକୁ ଆମେ ବାଛୁ, ପୁଣି କେତେକ କାହାଣୀ ଆମକୁ ବାଛେ। ‘ଅପରେସନ୍‌ ସିନ୍ଦୂର’ ହେଉଛି ସେଭଳି ଏକ କାହାଣୀ।’’ ଫିଲ୍ମର କାଷ୍ଟ ଓ ରିଲିଜ୍ ତାରିଖ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ।

ସୌଜନ୍ୟ ସମ୍ବାଦ

Exit mobile version