ନୂଆଦିଲ୍ଲୀ: ଲୋକସଭାରେ ସରକାରଙ୍କ ପକ୍ଷରୁ ଆଗତ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଜି ଲୋକସଭାରେ କାଟ୍ ଖାଇବା ସହ ମହିଳା ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବାନେଇ ଅନିଶ୍ଚିତତା ବଢ଼ିଯାଇଛି। ୨୦୨୯ ନିର୍ବାଚନ ପୂର୍ବରୁ ଯେକୌଣସି ପ୍ରକାରେ ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ସରକାରଙ୍କ ଯୋଜନା ଭଣ୍ଡୁର ହୋଇଥିବା ବେଳେ ବିରୋଧୀ ଦଳମାନେ ଏହି ବିଲ୍ ବିରୋଧରେ ଏକଜୁଟତା ପ୍ରଦର୍ଶନ କରିବାରେ ସଫଳ ହୋଇଛି।
୧. ସୀମା ନିର୍ଦ୍ଧାରଣ (ତ୍ରୁଟି ସଂଶୋଧନ) ବିଲ୍: ଏହି ବିଲ୍ ମାଧ୍ୟମରେ ସରକାର ଚାହୁଁଥିଲେ ଯେ, ନୂତନ ଜନଗଣନା ରିପୋର୍ଟ ଆସିବା ପୂର୍ବରୁ ପୁରୁଣା ତଥ୍ୟ ଆଧାରରେ ନିର୍ବାଚନ ମଣ୍ଡଳୀର ପୁନର୍ଗଠନ କରାଯିବ।
୨. ମହିଳା ଆରକ୍ଷଣ (ଫାଷ୍ଟ-ଟ୍ରାକ୍) ବିଲ୍: ସମ୍ବିଧାନର ୧୨୮ତମ ସଂଶୋଧନ ଅନୁଯାୟୀ, ଜନଗଣନା ଓ ସୀମା ନିର୍ଦ୍ଧାରଣ ପରେ ହିଁ ସଂରକ୍ଷଣ ଲାଗୁ ହେବାର ନିୟମ ଅଛି। ଆଜିର ଏହି ନୂଆ ବିଲ୍ ସେହି ସର୍ତ୍ତକୁ ହଟାଇ ତୁରନ୍ତ ସଂରକ୍ଷଣ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲା।
୩. ସାଂସଦ ସଂଖ୍ୟା ବୃଦ୍ଧି ସଂକ୍ରାନ୍ତୀୟ ବିଲ୍: ନୂତନ ସଂସଦ ଭବନର କ୍ଷମତା ଅନୁଯାୟୀ ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବା ପାଇଁ ଏହି ବିଲ୍ ଅଣାଯାଇଥିଲା। ଆଜି ବିଲ୍ କାଟ ଖାଇବା ଯୋଗୁଁ ନୂତନ ଜନଗଣନା ବିନା ମହିଳା ସଂରକ୍ଷଣ ଲାଗୁ ହେବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି। ଲୋକସଭା ଆସନ ବୃଦ୍ଧି ପ୍ରକ୍ରିୟା ମଧ୍ୟ ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚି ଯାଇଛି।
ସୌଜନ୍ୟ ସମ୍ବାଦ

