World championships: ସ୍ବର୍ଣ୍ଣ-ରୌପ୍ୟ ସହ ବାଳକ ଓ ବାଳିକାଙ୍କୁ ବିଶ୍ବ ଯୋଗ୍ୟତା
ଏସୀୟ ଯୁବ ୫ଏସ୍ ହକି ପ୍ରତିଯୋଗିତା ଶନିବାର ଶେଷ ହୋଇଯାଇଛି। ଭାରତର ଉଭୟ ବାଳକ ଓ ବାଳିକା ଦଳ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛି। ଏଥି ସହିତ ପ୍ରଥମ ସଂସ୍କରଣ ଏଫ୍ଆଇଏଚ୍ ଯୁବ ୫ଏସ (ଫାଇଭ୍ ଏ ସାଇଡ୍) ବିଶ୍ବ ହକି ପ୍ରତିଯୋଗିତା ଲାଗି ଉଭୟ ଭାରତୀୟ ଦଳ ଯୋଗ୍ୟତା ଅର୍ଜନ କରି ନେଇଛନ୍ତି।

ମସ୍କାଟ୍ (ଓମାନ୍): ଏସୀୟ ଯୁବ ୫ଏସ୍ ହକି ପ୍ରତିଯୋଗିତା ଶନିବାର ଶେଷ ହୋଇଯାଇଛି। ଭାରତର ଉଭୟ ବାଳକ ଓ ବାଳିକା ଦଳ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛି। ଏଥି ସହିତ ପ୍ରଥମ ସଂସ୍କରଣ ଏଫ୍ଆଇଏଚ୍ ଯୁବ ୫ଏସ (ଫାଇଭ୍ ଏ ସାଇଡ୍) ବିଶ୍ବ ହକି ପ୍ରତିଯୋଗିତା ଲାଗି ଉଭୟ ଭାରତୀୟ ଦଳ ଯୋଗ୍ୟତା ଅର୍ଜନ କରି ନେଇଛନ୍ତି। ଏହି ସଫଳତା ପାଇଁ ସ୍ବର୍ଣ୍ଣ ବିଜୟୀ ଦଳର ସମସ୍ତ ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ରୌପ୍ୟ ପଦକ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ ଘୋଷଣା କରିଛିି।
ବାଳକ ଦଳ ଫାଇନାଲ୍ରେ ପାକିସ୍ତାନକୁ ୩-୧ ଗୋଲ୍ରେ ପରାସ୍ତ କରିଥିଲା। ଦଳ ପାଇଁ ରୋହିତ ପାଲ୍ (୫ ମିନିଟ୍), କେତନ କୁଶୱା (୧୨ ମିନିଟ୍) ଓ ଶାହରୁଖ ଅଲୀ (୧୩ ମିନିଟ୍) ଗୋଲ୍ ଦେଇଥିଲେ। ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ଭାରତ ଏକତରଫା ଭାବେ ୭-୩ରେ ପାକିସ୍ତାନକୁ ପରାସ୍ତ କରି ଶୀର୍ଷ ସ୍ଥାନରେ ରହି ଫାଇନାଲ୍ ଆସିଥିଲା। ଫାଇନାଲ୍ ପ୍ରବେଶ କରିଥିବାରୁ ପାକିସ୍ତାନ ଦଳ ମଧ୍ୟ ବିଶ୍ବ ଯୋଗ୍ୟତା ଅର୍ଜନ କରିଛି। ବାଳିକା ବର୍ଗରେ ମଧ୍ୟ ଭାରତ ବିଶ୍ବ ଯୋଗ୍ୟତା ଅର୍ଜନ କରିଛି। ଚୀନ ବିପକ୍ଷ ଫାଇନାଲ୍ରେ ଭାରତ ୨-୪ରେ ହାରିଯାଇଥିଲା। ପୂର୍ବରୁ ସେମିଫାଇନାଲ୍ରେ ଭାରତ ୮-୧ ଗୋଲ୍ରେ କାଜାଖସ୍ତାନକୁ ପରାସ୍ତ କରିଥିଲା।
ସୌଜନ୍ୟ ସମ୍ବାଦ




