Young Man Died: ଟ୍ରକ ଧକ୍କାରେ ଯୁବକ ମୃତ

ବାଲେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ରେମୁଣା ବ୍ଲକ ଇଂଚୁଡ଼ି ଗ୍ରାମର ରଞ୍ଜିତ କୁମାର ପ୍ରଧାନ ଜାମୁଝାଡ଼ିରେ ରହି ଟ୍ରକ ଚଳାନ୍ତି । ଗତକାଲି ରାତିରେ ବାଇକ ଯୋଗେ ଜାମୁଝାଡିରୁ ଘରକୁ ଫେରୁଥିବା ବେଳେ ସୋର ଥାନା ଅଧିନ ବରଫକଳ ଛକ ନିକଟରେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଓ ବାଇକକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

ସୌଜନ୍ୟ ସମ୍ବାଦ