ଅନଲାଇନ୍ ସପିଂରେ ଡାର୍କ୍ ପାଟର୍ଣ୍ଣ : ବର୍ଷକୁ ୨୮ ହଜାର କୋଟି ଟଙ୍କାର କ୍ଷତି ସହୁଛନ୍ତି ଗ୍ରାହକ, ଏମିତି ଲୁଟୁଛନ୍ତି କମ୍ପାନୀ
ସାଧାରଣତଃ ଅନଲାଇନ୍ ସଫି କରିବା ସମୟରେ ଯଦି ବିଲରେ ଶେଷରେ ଅତିରିକ୍ତ ଚାର୍ଜ ବା ହିଡେନ୍ ଚାର୍ଜ ଯୋଡ଼ି ହୋଇଯାଏ, କାର୍ଟରେ ବିନା ଅନୁମତିରେ କୌଣସି ପ୍ରଡକ୍ଟ ଆସିଯିଏ ଅବା କୌଣସି ଆପ୍ ବାରମ୍ବାର ଏକ ସାମଗ୍ରୀ କିଣିବା ପାଇଁ ଚାପ ପକାଏ ତେବେ ସମ୍ଭବତଃ ସଂପୃକ୍ତ ଗ୍ରାହକ ତାର୍କ ପାର୍ଟନର ଶିକାର। ବେଳେ ବେଳେ ସଫି ଆପ୍ ପ୍ରକୃତ ଷ୍ଟକ୍ସ ତଥ୍ୟ ନ ଦେଇ ସୀମିତ ଷ୍ଟକ୍ ଥିବା ଦର୍ଶାଇଥାନ୍ତି। ଷ୍ଟକ୍ ଶେଷ ହେବା ପୂର୍ବରୁ ତୁରନ୍ତ କିଣି ଦେବାକୁ ଗ୍ରାହକଙ୍କ ଉପରେ ଚାପ ପକାନ୍ତି। ଏସବୁ ହେଉଛି କମ୍ପାନିଗୁଡ଼ିକର ଛଳ ବା ଚାଲ୍ । ଗ୍ରାହକଙ୍କୁ ନିଜ ଆଡ଼କୁ ଟାଣିବାର ରଣନୀତି। ଏକ ନୂଆ ରିପୋର୍ଟ ଅନୁସାରେ, ଏଭଳି ବିଭ୍ରାତିକର ଡିଜିଟାଲ ଉପାୟ ଯୋଗୁ ଭାରତୀୟ ଉପଭୋକ୍ତାଙ୍କୁ ପ୍ରତିବର୍ଷ ୨୫,୦୦୦ କୋଟିରୁ ୨୮,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ହେଉଛି।

ନୂଆଦିଲ୍ଲୀ,୦୭|୦୭:ଅନଲାଇନ୍ ସପିଂ ସହଜ ହୋଇଥାଏ ସତ। ଘରେ ବସି ନିଜ ସମୟ ସୁବିଧା ଅନୁସାରେ ମନ ପସନ୍ଦର ସାମଗ୍ରୀ ଅର୍ଡର କରିହୁଏ। କିନ୍ତୁ ଏହା ଯେତିକି ଭଲ, ସେତିକି ଅବଗୁଣ ବି ରହିଛି । ଗତ କିଛି ବର୍ଷ ହେବ ଇ-କମର୍ସ ଏବଂ କ୍ଲିକ୍ କମର୍ସ ବଜାର ଦ୍ରୁତ ବେଗରେ ବଢ଼ିଯାଇଛି। ପ୍ରତିଦିନ ଆମେ କିଛି ନା କିଛି ଅନଲାଇନ୍ ଅର୍ଡର କରୁଛୁ। ସେ କ୍ୟାବ୍ ବୁକିଂ ହେଉ ଅବା ଖାଦ୍ୟ ଅର୍ଡର, ସଉଦା ଅର୍ଡର ହେଉ କିମ୍ବା ଘରୋଇ ସହାୟକ ନିଯୁକ୍ତି । ଅର୍ଡରିଂ କିମ୍ବା ବୁକିଂ ସମୟରେ ଚେକ୍ ଆଉଟ୍ ପେଜରେ କେତେକ ସମୟରେ ଆଶା ବାହାରେ ଫି’ ଦେଖିବାକୁ ମିଳିଥାଏ। ଡୋନେସନ ଚେକ୍ ବକ୍ସ, ପ୍ରି-ସିଲେକ୍ଟଡ୍ ବୀମା / ଅନ୍ୟାନ୍ୟ ଆଡ୍- ଅନ୍, ନୂଆ ସବସ୍କ୍ରିପସନ୍ କିମ୍ବା ରିନ୍ୟୁଆଲ ଚେକବକ୍ସ ଆସିଥାଏ। ଯଦି ଜଣେ ତରବରିଆ ଥିବେ, ବିନା ଦେଖି ଏହି ଅନାବଶ୍ୟକ ଫି’ ପେମେଣ୍ଟ କରିଦିଅନ୍ତି । ଉପଭୋକ୍ତାଙ୍କ ପକେଟରୁ ଯାଇଥାଏ ଟଙ୍କା ଆଉ କମ୍ପାନି ମାଲାମାଲ।
ସାଧାରଣତଃ ଅନଲାଇନ୍ ସଫି କରିବା ସମୟରେ ଯଦି ବିଲରେ ଶେଷରେ ଅତିରିକ୍ତ ଚାର୍ଜ ବା ହିଡେନ୍ ଚାର୍ଜ ଯୋଡ଼ି ହୋଇଯାଏ, କାର୍ଟରେ ବିନା ଅନୁମତିରେ କୌଣସି ପ୍ରଡକ୍ଟ ଆସିଯିଏ ଅବା କୌଣସି ଆପ୍ ବାରମ୍ବାର ଏକ ସାମଗ୍ରୀ କିଣିବା ପାଇଁ ଚାପ ପକାଏ ତେବେ ସମ୍ଭବତଃ ସଂପୃକ୍ତ ଗ୍ରାହକ ତାର୍କ ପାର୍ଟନର ଶିକାର। ବେଳେ ବେଳେ ସଫି ଆପ୍ ପ୍ରକୃତ ଷ୍ଟକ୍ସ ତଥ୍ୟ ନ ଦେଇ ସୀମିତ ଷ୍ଟକ୍ ଥିବା ଦର୍ଶାଇଥାନ୍ତି। ଷ୍ଟକ୍ ଶେଷ ହେବା ପୂର୍ବରୁ ତୁରନ୍ତ କିଣି ଦେବାକୁ ଗ୍ରାହକଙ୍କ ଉପରେ ଚାପ ପକାନ୍ତି। ଏସବୁ ହେଉଛି କମ୍ପାନିଗୁଡ଼ିକର ଛଳ ବା ଚାଲ୍ । ଗ୍ରାହକଙ୍କୁ ନିଜ ଆଡ଼କୁ ଟାଣିବାର ରଣନୀତି। ଏକ ନୂଆ ରିପୋର୍ଟ ଅନୁସାରେ, ଏଭଳି ବିଭ୍ରାତିକର ଡିଜିଟାଲ ଉପାୟ ଯୋଗୁ ଭାରତୀୟ ଉପଭୋକ୍ତାଙ୍କୁ ପ୍ରତିବର୍ଷ ୨୫,୦୦୦ କୋଟିରୁ ୨୮,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ହେଉଛି।
ବଜାର ସର୍ବେକ୍ଷଣ ସଂସ୍ଥା ଡେଟମ୍ ଇଣ୍ଟେଲିଜେନ୍ସର ‘ଡାର୍କ ପାଟର୍ଣ୍ଣ ଇନ୍ ଇଣ୍ଡିଆଜ୍ ଅନ୍ ଲାଇନ୍ ମାର୍କେଟ୍ ପ୍ଲେସ୍’ ରିପୋର୍ଟ ଅନୁସାରେ, ଦେଶର ୩୦.୪ କୋଟି ଅନଲାଇନ୍ ଉପଭୋକ୍ତାଙ୍କ ମଧ୍ୟରୁ ୮୮% ଉପଭୋକ୍ତା କୌଣସି ନା କୌଣସି ପ୍ରକାର ଡାର୍କ ପାଟର୍ଣ୍ଣ ଦ୍ଵାରା ପ୍ରଭାବିତ ହେଉଛନ୍ତି। ରିପୋର୍ଟ ଅନୁସାରେ, ପ୍ରତ୍ୟେକ ପ୍ରଭାବିତ ଗ୍ରାହକ ପ୍ରତି ମାସ ହାରାହାରି ୭୮ରୁ ୮୭ ଟଙ୍କା ହରାଉଛନ୍ତି । ଡାର୍କ ପାଟର୍ଣ୍ଣ ଏଭଳି ଡିଜାଇନ୍ ହୋଇଥାଏ, ଯେପରି ଗ୍ରାହକ କୌଣସି ଏପରି ନିଷ୍ପରି ନେଇଯିବେ ଯାହାକୁ ସେ ସାଧାରଣ ସ୍ଥିତିରେ ନିଅନ୍ତି ନାହିଁ । ଏହାର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କୁ ଅଧିକ ଖର୍ଚାନ୍ତ କରାଇବା, ସେମାନଙ୍କଠାରୁ ଅତିରିକ୍ତ ସୂଚନା ହାତେଇବା କିମ୍ବା ଅଯଥା ସପିଂ କରାଇବା । ଏଥିରେ ଭୁଲ କାଉଣ୍ଟ୍ ଡାଉନ୍ ଟାଇମର ଦେଖାଇବା, ଚେକ୍ ଆଉଟ୍ ସମୟରେ ହିଡେନ୍ ଚାର୍ଜ ଯୋଡ଼ିବା, ବିନା ଅନୁମତି କାର୍ଟରେ ପ୍ରଡକ୍ଟ ଯୋଡ଼ି ଦେବା, ସବସ୍କ୍ରିପସନ୍ ନେବା ସହଜ କିନ୍ତୁ ବନ୍ଦ କରିବା କଷ୍ଟକର ଭଳି ରଣନୀତି ସାମିଲ । ଇଲେକ୍ଟ୍ରୋନିକ୍ ଡିଭାଇସ୍ କିମ୍ବା କଞ୍ଜ୍ୟୁମର୍ ଡ୍ୟରେବଲ କିଣିବା ସମୟରେ ଏକ ପରିବର୍ଦ୍ଧିତ ଓ୍ବାରେଣ୍ଟି ସେବା ଯୋଡ଼ି ହୋଇଯାଏ। ଖାଦ୍ୟ ଅର୍ଡର କରିବା ସମୟରେ ମାଗଣା ଡେଲିଭରୀ ଏବଂ ଅନ୍ୟାନ୍ୟ ବେନିଫିଟ୍ସ ପାଇଁ ଏକ ମେମ୍ବରସିପ୍ ପ୍ଲାନ୍ ଯୋଡ଼ି ହୋଇଥାଏ। ବିମାନ ଟିକଟ ବୁକ୍ କରିବା ସମୟରେ ଯାତ୍ରା ବୀମା କିମ୍ବା କ୍ୟାନ୍ସେଲେସନ୍ ଇନ୍କ୍ୟୁରାନ୍ସ ପ୍ଲାନ୍। ଏସବୁ ଉପଭୋକ୍ତାଙ୍କୁ ଲୁଟିବା ପାଇଁ ଏକ ରଣନୀତି ଭଳି।
ରିପୋର୍ଟ ଅନୁସାରେ, ୬୩% ଅନ୍ଲାଇନ୍ ପେମେଣ୍ଟ କରୁଥିବା ଉପଭୋକ୍ତା ହିଡେନ୍ ଚାର୍ଜର ସାମ୍ନା କରିଛନ୍ତି। ଅର୍ଥାତ ବିଲିଂ ସମୟରେ ଅତିରିକ୍ତ ଦେୟ ଯୋଡ଼ିହେବା। ଏହି ଅଙ୍କ ୨୦୨୪ରେ ୫୨% ଥିଲା। ଅର୍ଥାତ୍ ଏ ସମସ୍ୟା ବଢ଼ି ଚାଲିଛି । ଏହାବ୍ୟତୀତ ସର୍ଭେରେ ସାମିଲ ୭୩% ପ୍ଲାଟଫର୍ମରେ ଫୋର୍ସଡ ଆକ୍ସନ ଦେଖିବାକୁ ମିଳିଛି । ଏଥିରେ ୟୁଜରଙ୍କୁ ଏଭଳି ବିକଳ୍ପ ବାଛିବା ପାଇଁ ବାଧ୍ୟ କରାଯାଏ, ଯାହାକୁ ସେମାନେ ସାଧାରଣ ସ୍ଥିତିରେ ଚୟନ କରି ନ ଥାନ୍ତି।
୮୫% ଲୋକ ଜାଣିଶୁଣି ଫସିଯାଆନ୍ତି
ରିପୋର୍ଟରେ ସବୁଠୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯେ, ୮୧% ଉପରୋକ୍ତା ଡାର୍କ ପାଟର୍ଣ୍ଣକୁ ଚିହ୍ନଟ କରିପାରନ୍ତି। ଏହାସତ୍ତ୍ୱେ ୮୫% ଲୋକ ବାସ୍ତବିକ ପ୍ଲାଟଫର୍ମରେ ଏଭଳି ଜାଲରେ ଫସିଯାଆନ୍ତି। ଯେତେବେଳେ ଉପଭୋକ୍ତାଙ୍କୁ କ୍ଷତି ହୋଇଥାଏ ସେତେବେଳେ ୫୩% ଲୋକ ସଂପୃକ୍ତ ପ୍ଲାଟଫର୍ମରେ ଅଭିଯୋଗ କରନ୍ତି । କିନ୍ତୁ ଏଥିମଧ୍ୟରୁ ୨୩% ଙ୍କୁ ହିଁ ସନ୍ତୋଷଜନକ ସମାଧାନ ମିଳିଥାଏ।
କେଉଁ କ୍ଷେତ୍ରରେ ଅଧିକ ସମସ୍ୟା
ଏହି ସର୍ଭେ ୨୦୨୬ର ପ୍ରଥମ ତ୍ରୟମାସରେ ୫୦ ସହରର ୨,୫୯୦ ଉପଭୋକ୍ତା ଏବଂ ଇ-କମର୍ସ, କ୍ଳିକ୍ କମର୍ସ ତଥା ଅନଲାଇନ୍ ଟ୍ରାଭେଲ କ୍ଷେତ୍ରର ୧୨ ବଡ଼ ପ୍ଲାଟଫର୍ମର ବିଶ୍ଲେଷଣ ଉପରେ ଆଧାରିତ । ରିପୋର୍ଟ ଅନୁସାରେ, ଅନଲାଇନ୍ ଟ୍ରାଭେଲ କ୍ଷେତ୍ରରେ ଡ୍ରିପ୍ ପ୍ରାଇସିଂ ସବୁଠୁ ଅଧିକ ଦେଖିବାକୁ ମିଳିଛି। ସେହିଭଳି ଟିକସ ଏବଂ ଅନ୍ୟ ଶୁଳ୍କ ଅନ୍ତିମ ପେମେଣ୍ଟ ସମୟରେ ସାମ୍ନାକୁ ଆସିଥାଏ I କ୍ୱିକ୍ କମର୍ସ ପ୍ଲାଟଫର୍ମରେ ଫଲ୍ସ ଅର୍ଜେନ୍ସି ଅର୍ଥାତ୍ ଶୀଘ୍ର କିଣିବା ପାଇଁ ଚାପ ସୃଷ୍ଟିକାରୀ ରଣନୀତି ସବୁଠୁ ଅଧିକ ଦେଖିବାକୁ ମିଳିଛି।
ମାର୍ଗଦର୍ଶିକା ଅଛି, ଅନୁପାଳନରେ ସୁଧାର ଲୋଡ଼ା
ଡାର୍କ୍ ପାଟର୍ଣ୍ଣ ଯୋଗୁ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକ ଉପରେ ଲୋକଙ୍କ ଆସ୍ଥା କମିଯାଉଛି । ମାର୍ଗ ଦର୍ଶିକା ରହିଛି କିନ୍ତୁ ଅନୁପାଳନରେ ସୁଧାର ଲୋଡ଼ା । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧୀକରଣ ଅନୁପାଳନକୁ ମଜଭୁତ କରିବା ପାଇଁ ଏକ ଆଡଭାଇଜରୀ ଜାରି କରିଛି । ଏହା କେତେକ ପ୍ଲାଟଫର୍ମ ଉପରେ କାର୍ଯ୍ୟାନୁଷ୍ଠାନ ବି ନେଇଛି। ତଥାପି ଅନୁପାଳନରେ ଆହୁରି ସୁଧାର ଲୋଡା ।
ସୌଜନ୍ୟ Prameya News7




