
ପଟ୍ଟାମୁଣ୍ଡାଇ ୭।୭: ଆଳି ଥାନା ଅନ୍ତର୍ଗତ ପତ୍ରପୁର ପୋଲ ନିକଟରେ ପତ୍ରପୁର ଗ୍ରାମ ଦେଇ ବ୍ରାହ୍ମଣୀ ନଦୀ ବହି ଯାଇଥିବା ବେଳେ ଏହି ନଦୀରେ ପାଖାପାଖି ଏକ ୧୫ ଫୁଟ ଲମ୍ବର ର ବଉଳା କୁମ୍ଭୀର ଚଳପ୍ରଚଳ କରୁଥିବାର ଦେଖିବାକୁ ମିଳିଛି l ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି l ନଦୀପାଖିଆ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ଯେଉଁ ସମୟରେ କୁମ୍ଭୀର ଚଳପ୍ରଚଳ କରୁଥିବାର ଦେଖାଯାଆନ୍ତି ସେହି ସମୟରେ କୁମ୍ଭୀର ଆକ୍ରମଣ ରେ ଧନଜୀବନ ହାନି ହେବାର ନଜିର ରହିଛି l ଏଠିକାର ଲୋକମାନେ ସାଧାରଣତଃ ନଦୀ ଓପରେ ନିର୍ଭର କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ରାହ୍ମଣୀ ନଦୀ ଏକ ପ୍ରକାର ଭରସା. କିନ୍ତୁ ଏବେ ନଦୀରେ କୁମ୍ଭୀର ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ତୁରନ୍ତ ବନ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
ସୌଜନ୍ୟ Prameya News7




