ଖେଳ

ଆଇପିଏଲ୍‌‌ରେ ହାର୍ଦିକଙ୍କ ଦଳ ବଦଳ ନେଇ ଚର୍ଚ୍ଚା

ମୁମ୍ବଇ: ଭାରତୀୟ କ୍ରିକେଟ ଦଳର ବରିଷ୍ଠ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଆଇପିଏଲ୍‌ର ୨୦୨୭ ସଂସ୍କରଣରେ କେଉଁ ଦଳ ପାଇଁ ଖେଳିବେ; ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁମ୍ବଇ ଇଣ୍ଡିଆନ୍‌ସର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଆସନ୍ତା ବର୍ଷ କେଉଁ ଦଳ ପାଇଁ ଖେଳିବେ; ତାହାକୁ ନେଇ ଗଣମାଧ୍ୟମରେ ଆଲୋଚନା ଚାଲିଛି। ତେବେ ତାଙ୍କ ଦଳ ମୁମ୍ବଇ ଇଣ୍ଡିଆନ୍‌ସ କୌଣସି ମନ୍ତବ୍ୟ କିମ୍ବା ପ୍ରତିକ୍ରିୟା ପ୍ରକାଶ କରିନାହିଁ। ଏପରି ବି ହୋଇପାରେ ଯେ ହାର୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବଇ ଇଣ୍ଡିଆନ୍‌ସ ରଖିପାରେ। ତେବେ ୨୦୨୬ ସଂସ୍କରଣରେ ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ନେଇ ମୁମ୍ବଇ ଇଣ୍ଡିଆନ୍‌ସ ଦଳ ମ୍ୟାନେଜମେଣ୍ଟ ଖୁସି ନ ଥିବା କଥା ଜଣାପଡ଼ିଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୨୦୨୭ ସଂସ୍କରଣ ପାଇଁ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବାକୁ ଦୁଇ ପୂର୍ବତନ ଚମ୍ପିଆନ୍‌ କଲକାତା ନାଇଟ୍‌‌ ରାଇଡର୍ସ ଓ ଚେନ୍ନଇ ସୁପର କିଙ୍ଗ୍‌‌ସ ଆଗ୍ରହୀ ଅଛନ୍ତି। ଷ୍ଟିଫେନ୍‌ ଫ୍ଲେମିଂଙ୍କ ଇସ୍ତଫା ପରେ ଏବେ ଚେନ୍ନଇ ସୁପର କିଙ୍ଗ୍‌‌ସରେ କୌଣସି ପ୍ରଶିକ୍ଷକ ନାହାନ୍ତି। ନୂଆ ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଫ୍ରାଞ୍ଚାଇଜିରେ ପାଣ୍ଡ୍ୟାଙ୍କୁ ସାମିଲ କରିବା ସମ୍ପର୍କରେ ସିଏସ୍‌କେ ବିଚାର କରିବ। କଲକାତା ନାଇଟ୍‌‌ ରାଇଡର୍ସ ମଧ୍ୟ ତା’ର ପ୍ରମୁଖ ଖେଳାଳିଙ୍କୁ ଛାଡ଼ିବା ନେଇ କୌଣସି ସୂଚନା ମିଳିନାହିଁ। ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟ ହାର୍ଦିକଙ୍କୁ ଦଳରେ ନେବା ପାଇଁ ଆଗ୍ରହୀ ରହିଛନ୍ତି। ତେବେ ପାଣ୍ଡ୍ୟାଙ୍କୁ ଯେଉଁ ଫ୍ରାଞ୍ଚାଇଜି ନେଉ ନା କାହିଁକି; ଏହି ଅଲ୍‌ରାଉଣ୍ଡରଙ୍କ ଫିଟ୍‌ନେସ କଥା ପ୍ରଥମେ ତର୍ଜମା କରିବ। ବେଶ୍‌ କିଛି ମାସ ହେଲା ହାର୍ଦିକ ଆହତ ହୋଇ କୌଣସି କ୍ରିକେଟ୍‌ ଖେଳୁନାହାନ୍ତି। ତେବେ ହାର୍ଦିକଙ୍କ ଭବିଷ୍ୟତ ନେଇ ନିଷ୍ପତ୍ତି ନେବା ପାଇଁ ଏବେ ବହୁତ ସମୟ ବାକିଅଛି।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button