ଖେଳ

୯ ବର୍ଷ ପରେ ଶ୍ରୀଲଙ୍କାରେ ଟେଷ୍ଟ ଶୃଙ୍ଖଳା ଖେଳିବ ଭାରତ ; ପ୍ରାଧାନ୍ୟ ଜାରିରଖିବା ଲକ୍ଷ୍ୟରେ ଗିଲ୍‌ ସେନା

ନୂଆଦିଲ୍ଲୀ: ଦୀର୍ଘ ୯ ବର୍ଷ ପରେ ଶ୍ରୀଲଙ୍କା​ ମାଟି‌େ​‌ର ଦ୍ବିପାକ୍ଷିକ ଟେଷ୍ଟ ଶୃଙ୍ଖଳା ଖେଳିବ ଭାରତୀୟ କ୍ରିକେଟ୍‌ ଦଳ। ଅଗଷ୍ଟ ୧୫ରୁ ୨୭ ମଧ୍ୟରେ ଦୁଇଟି ଟେଷ୍ଟମ୍ୟାଚ୍‌ ଖେଳାଯିବ। ୨୦୦୮ ପରଠାରୁ ଶ୍ରୀଲଙ୍କାରେ ଟେଷ୍ଟ ଶୃଙ୍ଖଳା ହାରିନାହିଁ ଭାରତ। ୨୦୧୭ରେ ବିରାଟ କୋହଲି ନେତୃତ୍ବରେ ଭାରତ ଶେଷଥର ଶ୍ରୀଲଙ୍କାରେ ଖେଳି ୩-୦ରେ ଟେଷ୍ଟ ଶୃଙ୍ଖଳା ପୋଛିଥିଲା। ଏବେ ନୂଆ ଅଧିନାୟକ ଶୁଭମନ ଗିଲ୍‌ଙ୍କ ନେତୃତ୍ବରେ ଭାରତ ଅନୁରୂପ ଫଳାଫଳ ହାସଲକରି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଟେବୁଲରେ ଉପରକୁ ଉଠିବାର ପ୍ରୟାସ କରିବ। ବିଶ୍ବର ସମସ୍ତ ଦଳଙ୍କ ପାଇଁ ଶ୍ରୀଲଙ୍କାରେ ଟେଷ୍ଟ ଶୃଙ୍ଖଳା ଖେଳିବା କଷ୍ଟସାଧ୍ୟ ପ୍ରମାଣିତ ହୋଇଛି। ହେଲେ ଭାରତ ହେଉଛି ଏକମାତ୍ର ଦଳ; ଯିଏ ଟେଷ୍ଟ କ୍ରିକେଟ୍‌ରେ ଏହି ଦେଶରେ ପ୍ରାଧାନ୍ୟ ବଜାୟ ରଖିଛି। ୨୦୦୮ରେ ଶେଷଥର ଟେଷ୍ଟ ଶୃଙ୍ଖଳାରେ ଭାରତକୁ ୨-୧ରେ ଶ୍ରୀଲଙ୍କା ପରାସ୍ତ କରିଥିଲା। ଏହା ପରଠାରୁ ଶ୍ରୀଲଙ୍କା ମାଟିରେ ଭାରତ କୌଣସି ଟେଷ୍ଟ ଶୃଙ୍ଖଳା ହାରିନାହିଁ।
୨୦୦୮ରେ ଘ​‌େ​‌ରାଇ ଶ୍ରୀଲଙ୍କା-ଭାରତ ଟେଷ୍ଟ ଶୃଙ୍ଖଳା ସ୍ପିନରଙ୍କ ପ୍ରାଧାନ୍ୟ ଯୋଗୁଁ ମନେରହିବ। ଉକ୍ତ ଶୃଙ୍ଖଳାରେ ଶ୍ରୀଲଙ୍କାର ରହସ୍ୟମୟ ସ୍ପିନର ଅଜନ୍ତା ମେଣ୍ଡିସ୍‌ ଭାରତୀୟ ବ୍ୟାଟିଂକୁ ଧ୍ବସ୍ତକରିବା ସହ ୨୬ଟି ୱିକେଟ୍‌ ନେଇଥିଲେ। ମୁଥେୟା ମୁରଲୀଧରନ୍‌ ୨୧ଟି ୱିକେଟ୍‌ ପାଇଥିଲେ। ଫଳରେ ଶ୍ରୀଲଙ୍କା ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା। ଏହା ପରଠାରୁ ଶ୍ରୀଲଙ୍କାରେ ଭାରତର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ୨୦୧୫ରେ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୨-୧ରେ ଟେଷ୍ଟ ଶୃଙ୍ଖଳା ଜିତି ୨୨ ବର୍ଷର ଅପେକ୍ଷାର ଅନ୍ତଃ ଘଟାଇଥିଲା। ଶ୍ରୀଲଙ୍କା ଓ ଭାରତର ବାତାବରଣ ଓ ପିଚ୍‌ ମଧ୍ୟରେ ବେଶି ଫରକ ନାହିଁ। ଶ୍ରୀଲଙ୍କାରେ ଭଲ ସ୍ପିନ୍ ଆକ୍ରମଣ, ଧେର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଏବଂ କୌଶଳଗତ ଶୃଙ୍ଖଳା ହିଁ ଟେଷ୍ଟମ୍ୟାଚ୍‌ରେ ଏକ ଦଳକୁ ସଫଳ କରିଥାଏ। ଏହି ଗୁଣରେ ଭାରତ ଧୁରନ୍ଧର। ଅନୀଲ କୁମ୍ବଲେ ଓ ହଭଭଜନ ସିଂହଙ୍କଠାରୁ ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ପରି ବିଶ୍ବସ୍ତରୀୟ ସ୍ପିନର ଶ୍ରୀଲଙ୍କାରେ ଭାରତକୁ ଟେଷ୍ଟମ୍ୟାଚ୍‌ ଜିତାଇଛନ୍ତି। ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ମଧ୍ୟ ଧିମା ଓ ସ୍ପିନ୍ ହେଉଥିବା ପିଚ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ବୀରେନ୍ଦ୍ର ସେହ୍ବାଗ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ ଓ ବିରାଟ କୋହଲି ଏହି ଦ୍ବୀପରେ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି। ଭାରତ ଟେଷ୍ଟ କ୍ରିକେଟ୍ ଖେଳିଥିବା ୯ଟି ବିଦେଶୀ ଦେଶ ମଧ୍ୟରୁ, ବିଜୟ ପ୍ରତିଶତ ଆଧାରରେ ଶ୍ରୀଲଙ୍କା ଭାରତୀୟ ଦଳର ୩ୟ ସବୁଠାରୁ ସଫଳ ଦେଶ ରହିଛି। ବାଂଲାଦେଶ ଓ ଜିମ୍ବାୱେ ପଛକୁ ଶ୍ରୀଲଙ୍କାରେ ଟେଷ୍ଟ କ୍ରିକେଟ୍‌ରେ ଭାରତ ସବୁଠାରୁ ସଫଳ ହୋଇଛି। ଭାରତ ଏହି ଦ୍ବୀପରେ ଶେଷ ପାଞ୍ଚଟି ଟେଷ୍ଟ ମଧ୍ୟ ଜିତିଛି। ଆଗାମୀ ଶୃଙ୍ଖଳା ଭାରତ ପାଇଁ ଏକ ଭିନ୍ନ ଆହ୍ୱାନ। ଏକାଧିକ ନାମୀ ଖେଳାଳି ଦଳରେ ନାହାନ୍ତି। ଶୁଭମନ ଗିଲ୍‌ଙ୍କ ନେତୃତ୍ବରେ ଭାରତ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ। ଆହତ ଯଶପ୍ରୀତ ବୁମ୍‌ରା ଓ ସାଇ ସୁଦର୍ଶନଙ୍କ ଅନୁପସ୍ଥିତି ଭାରତ ଅନୁଭବ କରିବ। ପରିସ୍ଥିତି ସ୍ପିନ୍ ବୋଲିଂକୁ ସୁହାଇବ। ଫଳରେ ଏହି ଶୃଙ୍ଖଳା ବ୍ୟାଟିଂ ଦକ୍ଷତାର ପରୀକ୍ଷା ନେବ। ଶ୍ରୀଲଙ୍କା ନିଜ ମାଟିରେ ଏକ ଶକ୍ତିଶାଳୀ ପ୍ରତିପକ୍ଷ। କିନ୍ତୁ ଅନ୍ୟ ଦଳଙ୍କ ଅପେକ୍ଷା ଭାରତ ଏହି ଦେଶରେ ସର୍ବାଧିକ ସଫଳତା ହାସଲ କରିଛି। ଏଥର ଭାରତୀୟ ଦଳ ତାହା ଜାରି ରଖିବାକୁ ଚାହିଁବ।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button