ଦେଶ ବିଦେଶ

କାବେରୀ ନଦୀ ଜଳ ବିବାଦ ; ତାମିଲନାଡୁକୁ ପାଣି ଛାଡିବାକୁ କର୍ଣ୍ଣାଟକକୁ ନିର୍ଦେଶ

ନୂଆଦିଲ୍ଲୀ: କାବେରୀ ନଦୀ ଜଳ ବିବାଦ ପ୍ରସଙ୍ଗରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କାବେରୀ ଜଳ ପରିଚାଳନା ପ୍ରାଧିକରଣ (ସିଡବ୍ଲ୍ୟୁଏମଏ) ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପରିମାଣର ପାଣି ତାମିଲନାଡୁ ପାଇଁ ଛାଡ଼ିବାକୁ ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କର୍ଣ୍ଣାଟକ ସରକାର ଦର୍ଶାଇଥିଲେ ଯେ ରାଜ୍ୟରେ କମ୍ ବର୍ଷା ଯୋଗୁଁ ଜଳାଶୟଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ନାହିଁ, ଫଳରେ ନିଜ ରାଜ୍ୟର ପାନୀୟ ଜଳ ଓ ସେଚ ଅବଶ୍ୟକତା ପୂରଣ କରିବା କଷ୍ଟକର ହେଉଛି। ଅଗଷ୍ଟ ୩ରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲେ ଯେ ନିର୍ଦ୍ଧାରିତ ପରିମାଣର କାବେରୀ ଜଳ ନ ମିଳିବା ଦ୍ୱାରା ରାଜ୍ୟର କୃଷକମାନେ ବିଶେଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ସିଡବ୍ଲ୍ୟୁଏମଏ ଏବଂ କାବେରୀ ଜଳ ନିୟନ୍ତ୍ରଣ କମିଟି (ସିଡବ୍ଲ୍ୟୁଆରସି) ଭଳି ବିଶେଷଜ୍ଞ କମିଟିର ନିର୍ଦେଶକୁ ମାନିବା ସମସ୍ତ ପକ୍ଷଙ୍କ ପାଇଁ ବାଧ୍ୟତାମୂଳକ। ଅଗଷ୍ଟ ୨୪ରେ ମାମଲା ଉପରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button