ଦେଶ ବିଦେଶ

କେରଳ ହେଲା କେରଳମ୍ ; ନାମ ପରିବର୍ତ୍ତନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ : କେରଳ ନାମ ପରିବର୍ତ୍ତନ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି। ଏଥି ସହିତ ଏହା ଆଇନରେ ପରିଣତ ହୋଇଛି। ଏଥର କେରଳକୁ ‘କେରଳମ୍’ କୁହାଯିବ। ଗତ ୧୧ ତାରିଖରେ କେରଳ ନାମ ପରିବର୍ତ୍ତନ ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା। ଏହା ଦିନକ ପରେ ରାଜ୍ୟସଭାରେ ବିଲକୁ ଅନୁମୋଦନ ମିଳିଥିଲା। ପରେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି ପାଇଁ ପଠା ଯାଇଥିଲା। ଦୀର୍ଘ ଦିନ ହେଲା କେରଳ ନାମ ପରିବର୍ତ୍ତନ ପାଇଁ ଦାବି ହୋଇ ଆସୁଥିଲା। ୨୦୨୪ ଜୁନରେ ଏ ନେଇ କେରଳ ବିଧାନସଭାରେ ଏକ ସଙ୍କଳ୍ପ ପାରିତ ହୋଇଥିଲା। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଗତ ଫେବୃଆରୀରେ କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଥିଲା।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button